Home ରାଜ୍ୟନ୍ୟାସନାଲ ମହାବିଦ୍ୟାଳୟ ରେ ବିକଶିତ ଭାରତ କର୍ମଶାଳା ଓ ଚିତ୍ରାଙ୍କନ ପ୍ରତିଯୋଗିତା।

ନ୍ୟାସନାଲ ମହାବିଦ୍ୟାଳୟ ରେ ବିକଶିତ ଭାରତ କର୍ମଶାଳା ଓ ଚିତ୍ରାଙ୍କନ ପ୍ରତିଯୋଗିତା।

by Maraguda Express
0 comments

ନୂଆପଡା -୨୨/୯ (ସୁରେନ୍ଦ୍ର ତିୱାରୀ ) ନ୍ୟାସନାଲ ମହାବିଦ୍ୟାଳୟ ନୂଆପଡା ରେ ଆଜି ବିକଶିତ ଭାରତ ୨୦୪୭ ବିଷୟ ଉପରେ ଏକ କର୍ମଶାଳା ଓ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ହିତେଶ କୁମାର ସାହୁ ଙ୍କ ସଭାପତିତ୍ୱରେ ବିଷୟ ବିଶେଷଜ୍ଞ ଡ଼ କମଳ କିଶୋର ପଣ୍ଡା (ସମାଜ ସେବି) ଯୋଗଦେଇ ବିକଶିତ ଭାରତ-୨୦୪୭ ବିଷୟକୁ ବିଦ୍ୟାର୍ଥୀ ଙ୍କ ଉଦ୍ଧେଶ୍ୟ ରେ ନିଜ ଅଭିଭାଷଣ ରଖିବା ସହ ପ୍ରାଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ବୈଦନାଥ ଗଡତିଆ ଓ କ୍ରୀଡା ଅଧ୍ୟାପକ ପ୍ରକାଶ ସାହୁ ଯୋଗ ଦେଇ ବିଦ୍ୟାର୍ଥୀ ଙ୍କୁ ଉତ୍ସାହିତ କରି ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ପ୍ରଦାନ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତା ର ବିଚାରକ ଜୟନ୍ତ ଖମାରି ଯୋଗ ଦେଇ ଚିତ୍ରାଙ୍କନ ବିଷୟରେ ପ୍ରତିଯୋଗୀଙ୍କୁ ନିଖୁଣ ଭାବେ ଚିତ୍ରାଙ୍କନ କଣ ଓ କିପରି ଛବି କଥା କୁହେ ବିଶଦ ଭାବେ ବୁଝାଇ ଥିଲେ। ବିଦ୍ୟାର୍ଥୀ ଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ବ୍ରଜରାଜ ଗୋପାଳ (ଖଡ଼ିଆଳ ଡିଗ୍ରୀ ମହାବିଦ୍ୟାଳୟ) ଦ୍ଵିତୀୟ ସ୍ଥାନ ଦୁର୍ଗାପ୍ରସାଦ ବାରିକ (ମହାମାୟା ଡ଼ିଗ୍ରୀ ମହାବିଦ୍ୟାଳୟ) ତୃତୀୟ ସ୍ଥାନ ଟାର୍ଜନ ସିଂ ମାଝୀ (ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ା) ଅଧିକାର କରିଥିବା ବେଳେ କଳା ପ୍ରଦର୍ଶନ କୁ ପ୍ରଶଂସା ସହ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା Iଓଡ଼ିଆ ଅଧ୍ୟାପକ ଗୋପୀ ଗୋପାଳ ସୁନା ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ କପିଳ ଦେବ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha