66
ବୋଡ଼େନ -୨୪/୯ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ଯାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଲା ନାଗ ମୁଖ୍ଯ ଅତିଥି,ବିଇଓ ରୁଦ୍ରେଶ୍ବର ମେହେର, ବିଡିଓ ସୁଶାନ୍ତ ରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେରମ୍ବ୍ର, ସିଡିପିଓ ଅର୍ଚ୍ଚନା ରାଉତ, ଜିଲ୍ଲା ଭିନ୍ନକ୍ଷମ ସଭାପତି ଦିଲ୍ଲିପ ଷଡଙ୍ଗୀ, ସମ୍ପାଦକ ଅଚ୍ୟୁତା ନନ୍ଦ ସୁନାନୀ,ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଶିବିରରେ ୨୧୩ ଜଣ ଦିବ୍ୟାଙ୍ଗ ନାମ ପଞ୍ଜୀକରଣ କରାଯାଇଥିଲା । ବିଭିନ୍ନ ବିଭାଗର ଡାକ୍ତର ଯୋଗ ଦେଇଥିଲେ । ବିବିଏସ ଓ କୁମର ମାଝୀ, ଆଶିଷ୍ଟେନ ପ୍ରୋଗ୍ରାମର ଚିତ୍ତ ରଞ୍ଜନ ଦଣ୍ଡସେନା, ବିବିଏସ ଓ ହିତେଶ ଆଡବାହି ପରିଚାଳନା ସହଯୋଗ କରିଥିଲେ।