Home ରାଜ୍ୟବରିଷ୍ଠ ନାଗରିକ ଦିବସକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ – ଜିଲ୍ଲାପାଳ

ବରିଷ୍ଠ ନାଗରିକ ଦିବସକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ – ଜିଲ୍ଲାପାଳ

ନୂଆପଡାରେ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

by Maraguda Express
0 comments

ନୂଆପଡା -୨୫/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଏକ ଭବ୍ୟ ସମାରୋହରେ ବରିଷ୍ଠ ନାଗରିକ ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ ବୈଠକର ରୂପରେଖ ସମ୍ବନ୍ଧରେ ସୂଚନା ଦେଇଥିଲେ l ଜିଲ୍ଲାପାଳ କହିଲେ ଯେ ଏବର୍ଷ ଏଇ ଦିବସ ଖଡ଼ିଆଳ ସହରରେ ପାଳିତ ହେବ । ଅଗ୍ରସେନ୍ ଭବନ କର୍ମକର୍ତ୍ତା ଙ୍କୁ ଏଥିପାଇଁ ଅନୁରୋଧ କରାଯିବ ।ସମଗ୍ର ଜିଲ୍ଲା ର ସମସ୍ତ ବ୍ଲକ୍ ଓ ଏନ୍ ଏ ସି ର ବରିଷ୍ଠ ନାଗରିକ ମାନେ ଏଥିରେ ଯୋଗଦାନ କରିବେ l ସେମାନଙ୍କ ପାଇଁ ଯୋଗ ଶିବିର ସହିତ ବିଶେଷଜ୍ଞ ଡାକ୍ତର ମାନଙ୍କୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ l ସେମାନଙ୍କ ମଧ୍ୟରେ ନାଚ, ଗୀତ, ବାଦ୍ୟଯନ୍ତ୍ର ଓ ମ୍ୟୁଜିକ ଚେୟାର ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ।ବର୍ଷ ର ଶ୍ରେଷ୍ଠ ବରିଷ୍ଠ ନାଗରିକ Senior citizen of the Year ଙ୍କୁ ଚୟନ କରି ପୁରସ୍କୃତ କରାଯିବ ।ଏହା ସହିତ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ତଥା ପ୍ରତିଷ୍ଠିତ ବରିଷ୍ଠ ନାଗରିକ ମାନଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ । ଦିବସ ଉପଲକ୍ଷେ ବିଭିନ୍ନ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ” ବରିଷ୍ଠ ନାଗରିକ ଭୂମି ଓ ଭୂମିକା ” ବିଷୟ ଉପରେ ପ୍ରବନ୍ଧ ରଚନା ପ୍ରତିଯୋଗିତା ହେବ l ବରିଷ୍ଠ ନାଗରିକ ଦିବସ କୁ ଏକ ସ୍ମୃତି ବିମଣ୍ଡିତ ଦିନ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଆଜିର ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ନାଗରିକ ସଂଗଠନ ତରଫରୁ କ୍ଷିରୋଦ ନିବାସ ପଣ୍ଡା, ଲୋକନାଥ ସେଠୀ, ମୃତ୍ୟୁଞ୍ଜୟ ପଣ୍ଡା, ବିରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha