

ନୂଆପଡ଼ା -୨୮/୯ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା କଂଗ୍ରେସ ପକ୍ଷ ରୁ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।ନବ ନିଯୁକ୍ତ ସଭାପତି ଶ୍ରୀ ମାଝି ଏଥି ପାଇଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଳିକାର୍ଜ୍ଜୁନ ଖଡଗେ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ପ୍ରମୁଖ ଙ୍କୁ ନୂଆପଡ଼ା ଜିଲ୍ଲା ସଭାପତି ଦାୟିତ୍ଵ ଦେଇ ଥିବାରୁ ସେ କୃତଜ୍ଞତା ଜ୍ଞାପନ କରି ଛନ୍ତି।ଏଥି ସହ ସମସ୍ତ କର୍ମୀ ଓ ଜିଲ୍ଲାବାସୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏ ଅବସର ରେ ମଞ୍ଚାସିନ ଥିଲେ ଆଲୋକ ଗୁରୁ, ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି, ସହରୁଖ ଖାନ ମୂରଲୀଧର ନାଏକ, ଦେବଦତ୍ତ ଦୀକ୍ଷିତ,ପବନ ଶର୍ମା, ମୋତି ରାୱଲ, ନିଜ ବକ୍ତବ୍ୟ ରେ ନବ ନିଯୁକ୍ତ ସଭାପତି ଶ୍ରୀ ମାଝି ଙ୍କୁ ଜିଲ୍ଲା ସଭାପତି ଦାୟିତ୍ଵ ଦେଇ ଥିବାରୁ ଦଳ ସୁପ୍ରିମୋ ତଥା ଭକ୍ତ ଚରଣ ଦାସଙ୍କ ଉପରେ ଆସ୍ଥା ପ୍ରକଟ କରି ଏକ ଗରିବ ଖଟିଖିଆ ତୃଣମୂଳ ସ୍ତରରୁ କାର୍ଯ୍ୟ କରୁଥିବା ଉଚିତ ଓ ଶିକ୍ଷିତ ବ୍ୟକ୍ତିଙ୍କୁ ନୂତନ ସଭାପତି କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ନୂତନ ସଭାପତି ଶ୍ରୀ ମାଝି ଏ ଅବସର ରେ ଜିଲ୍ଲା ର ସାମଗ୍ରିକ ବିକାଶ, ଗରିବ ଖଟିଖିଆ ଲୋକଙ୍କ ସମସ୍ୟା,ଚାଷି ସମସ୍ୟା ଗୁରୁତ୍ବ ଦେଇ ଜିଲ୍ଲା ର ଉନ୍ନତି କଳ୍ପେ କାର୍ଯ୍ୟ କରିବି ବୋଲି କହିଥିଲେ। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ସିଂ ଠାକୁର ଜିଲ୍ଲା ସାଧାରଣ ସଂପାଦକ,ବିରଞ୍ଜି ବାଗ, ବୃନ୍ଦା ମହାନନ୍ଦ,ହରି ମାଝି, ଇସାକ ମହମ୍ମଦ,ଭକ୍ତ ଶବର ପ୍ରମୁଖ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।