ନୂଆପଡା -୨୮/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସ୍ଥିତ ସାଲିହା ଗ୍ରାମରେ ପ୍ରଥମ ଥର ପାଇଁ “ସାଲିହା ଗଡ଼ କ୍ରାନ୍ତି ଦିବସ- ୨୦୨୫” ମହାସମାରୋହରେ ପାଳନ କରାଯିବ।ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ସଭ୍ୟ ଓ ଆମନ୍ତ୍ରିତ ସଭ୍ୟଙ୍କୁ ସ୍ଵାଗତ କରି ଦିବସ ପାଳନର ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରିଥିଲେ । ଆସନ୍ତା ୩୦.୦୯. ତାରିଖ ଦିନ ସାଲିହା ସ୍ମୃତି ସ୍ଥମ୍ଭ ପ୍ରାଙ୍ଗଣରେ “ସାଲିହା ଗଡ଼ କ୍ରାନ୍ତି ଦିବସ- ୨୦୨୫” ପାଳନ କରାଯିବ।
ଏହି ଉତ୍ସବରେ ସାଲିହା ଗଡ଼ର ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହି ଉତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ସହଯୋଗ ଯୋଗାଇବେ l ଏଥିରେ ମଞ୍ଚ ସଜ୍ଜା, କାର୍ଯ୍ୟକ୍ରମ ପରିଚାଳନା, ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଇତ୍ୟାଦି କରାଯିବ । ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୂଆପଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,
ସରପଞ୍ଚ, ସାଲିହା ଗ୍ରାମ ପଞ୍ଚାୟତ,ହୋମ୍ ସିଂ ମାଝୀ ଶ୍ରୀ ଗୋବର୍ଦ୍ଧନ ସାହୁ ,ମହେଶ ସାହୁ ,ଚନ୍ଦ୍ର ଶେଖର ସାହୁ,ରୂପଧର ସାହୁ ପ୍ରମୁଖ ସଭ୍ୟ ଅଛନ୍ତି । ପର୍ଯ୍ୟଟନ ଅଧିକାରୀ କମିଟିର ସଭ୍ୟ ତଥା ଆବାହକ ରହିବେ । ଏହି ଉପଲକ୍ଷେ ବିଦ୍ୟାଳୟ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ସାଲିହା ଗଡ଼ ବିଷୟରେ ବିଭିନ୍ନ ପ୍ରବନ୍ଧ, ଚିତ୍ରାଙ୍କନ ଓ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ତା୨୯. ଦିନ ଆୟୋଜନ କରାଯିବ । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯିବ । ଏହି ଉତ୍ସବ ପାଳନ ଅବସରରେ “ସାଲିହା ଗଡ଼” ଶୀର୍ଷକ ଆଧାରିତ ଏକ ଆଲୋଚନା ଚକ୍ରଆୟୋଜନ କରାଯିବ । “ସାଲିହା ଗଡ଼”ର ପର୍ଯ୍ୟଟନ ଭିତ୍ତି ଭୂମିର ଉନ୍ନୟନ ନିମନ୍ତେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଓ ବ୍ୟୟ ଅଟକଳ ଉପରୋକ୍ତ ପାଳନ କମିଟିର ମତାମତ କ୍ରମେ ପ୍ରସ୍ତୁତ କରାଯିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନ ସାଧାରଣ ଅଂଶ ଗ୍ରହଣ କରି ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ସାଲିହା ଗଡ଼ କ୍ରାନ୍ତି ଦିବସ- ୨୦୨୫ : ପାଳନ ପାଇଁ ପ୍ରସ୍ତୁତି ବୈଠକ।
ଆସନ୍ତା ୩୦ ସେପ୍ଟେମ୍ବର ୨୦୨୫ ଦିନ ସାଲିହା ସ୍ମୃତି ସ୍ଥମ୍ଭ ପ୍ରାଙ୍ଗଣରେ “ସାଲିହା ଗଡ଼ କ୍ରାନ୍ତି ଦିବସ- ୨୦୨୫” ପାଳନ କରାଯିବ । ଏହି ଉତ୍ସବରେ ସାଲିହା ଗଡ଼ର ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।
107