Home ରାଜ୍ୟନୂଆପଡା ଉପ ନିର୍ବାଚନ ପାଇଁ ତତ୍ପର ପ୍ରଶାସନ।

ନୂଆପଡା ଉପ ନିର୍ବାଚନ ପାଇଁ ତତ୍ପର ପ୍ରଶାସନ।

ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ଙ୍କ ନୂଆପଡା ଗସ୍ତ ସହିତ ବିଭିନ୍ନ ବୁଥ ପରିଦର୍ଶନ।

by Maraguda Express
0 comments

ନୂଆପଡା -୮/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି । ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ସଚିନ ରାମଚନ୍ଦ୍ର ଯାଦବ ନୂଆପଡା ଗସ୍ତ କରି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ନୂଆପଡା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୂସୁଦନ ଦାଶ, ଉପ ଜିଲ୍ଲାପାଳ ତଥା ଇଆରଓ ସୁର୍ମି ସୋରେନ୍ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।ବୁଥ ନମ୍ବର୍ ୧୨୭ ,ନେସନାଲ ହାଇସ୍କୁଲ୍ ପରିଦର୍ଶନ ସମୟରେ ଭୋଟର ତାଲିକାରେ ନାମ ପଞ୍ଜିକରଣ, ନାମଯୋଗ ପାଇଁ ଫର୍ମ ନ ୬, ତାଲିକା ରେ ଥିବା ନାମ କାଟିବା ପାଇଁ ଫର୍ମ ୭ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନ ୮ ରେ ଆବେଦନ ପତ୍ର ସବୁ ଠିକ୍ ଭାବରେ ତଦାରଖ ହୋଇଛି କି ନା ଏହା ବିଏଲଓ ଙ୍କୁ ପଚାରି ବୁଝିଥିଲେ l ଏସଏସଆର ଯାଞ୍ଚ ସହ ଏ ସମ୍ବନ୍ଧୀୟ ରେଜିଷ୍ଟର ଚେକ୍ କରିଥିଲେ । ଏହି ସମୟରେ ବିଏଲଓ ହରେନ୍ଦ୍ର ବାଗ, ବିଏଲଓ ପରିଦର୍ଶକ କବୀର୍ ରାଉତ ପ୍ରମୁଖ ଉପସ୍ଥିତଥିଲେ । ଅନ୍ୟ ସବୁ ବୁଥ ମାନଙ୍କରେ ସମସ୍ତ ମୌଳିକ ସୁବିଧା ସହିତ ସରଞ୍ଚନା ଠିକ୍ ଅଛି ନା ନାହିଁ ସେ ତଦାରଖ କରିଥିଲେ।ଭୋଟ ଗ୍ରହଣ କେନ୍ଦ୍ର ହେବାକୁ ଥିବା ସମସ୍ତ ବିଦ୍ୟାଳୟରେ ପିଇବା ପାଣି, ବିଜୁଳି, ଶୌଚାଳୟ,ପାଚେରୀ ଇତ୍ୟାଦି ଅଛି ନା ନାହିଁ ପଚାରି ବୁଝିଥିଲେ । ଯେଉଁଠାରେ ଯାହା ଆବଶ୍ୟକ ଅତିଶିଘ୍ର ସେଇ ସବୁ କାମ ନିର୍ବାଚନ ଯଥେଷ୍ଟ ପୂର୍ବରୁ ସମ୍ପୂର୍ଣ କରିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha