Home ରାଜ୍ୟବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପାଦ ଛୁଇଁ ଜୟ ଢୋଲକିଆ ଜୟ ଯାତ୍ରା ଆରମ୍ଭ କଲେ।

ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପାଦ ଛୁଇଁ ଜୟ ଢୋଲକିଆ ଜୟ ଯାତ୍ରା ଆରମ୍ଭ କଲେ।

ଆସନ୍ତା କାଲି ଜୟ ଙ୍କ ନାମାଙ୍କନ, ମୁଖ୍ୟ ମନ୍ତ୍ରୀ ଯୋଗ ଦେବେ।

by Maraguda Express
0 comments

ନୂଆପଡ଼ା -୧୫/୧୦ (ସୁରେନ୍ଦ୍ର ତିୱାରୀ) ସ୍ୱର୍ଗୀୟ ବିଧାୟକ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ପଦ୍ମ ଧରିବା ପରେ ପଦ୍ମ ପୋଖରୀରେ ସାମାନ୍ୟ ହଲ୍‌ଚଲ୍ ହୋଇଥିଲା। ପୂର୍ବରୁ ଦଳ ରେ ସଂଘର୍ଷ କରୁଥୁବା ବିଜେପି ଟିକଟ ଆଶାୟୀ ସମେତ କାର୍ଯ୍ୟକର୍ତ୍ତା ଦ୍ଵନ୍ଦରେ ପଡିଥିଲେ। ବିଜେପି ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନିରାଶା, ଚାପା ଉତ୍ତେଜନା ବି ଦେଖାଦେଇଥିଲା କିନ୍ତୁ ଅପେକ୍ଷା କରିଥିଲେ ନିଜ ଜିଲ୍ଲାସ୍ତରୀୟ ଶୀର୍ଷ ନେତୃତ୍ବଙ୍କ ପ୍ରତିକ୍ରିୟାକୁ। ଭୁବନେଶ୍ଵରରେ ଥାଇ ବିଭିନ୍ନ ଗଣମାଧ୍ୟମରେ ସକାରାତ୍ମକ ପ୍ରତିକ୍ରିୟା ରଖୁଥିଲେ ପୂର୍ବତନ ସାଂସଦ, ପୁର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା। କିଛି ଦିନ ପରେ ପରେ ଏବେ ପରିସ୍ଥିତି ଶାନ୍ତ ହୋଇଛି । ଆସନ୍ତା ୧୬ ରେ ପୁନଃ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ସେ ଦିନ ଜୟ ଢୋଲକିଆ ନାମାଙ୍କନ ଭରିବେ ଓ ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିବେ। ଗତକାଲି ଜୟ ଢୋଲକିଆ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ତଥା ଉପସ୍ଥିତ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରି ତାଙ୍କ ନିର୍ବାଚନୀ ଜୟ ଯାତ୍ରା ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ସେହି ଭଳି ସୌଜନ୍ୟ ମୂଳକ ଏନଏସି ଅଧକ୍ଷା ଡ଼ଃ ସୋନିଆ ଜୈନଙ୍କ ସହ ସାକ୍ଷାତ୍ କରି ଆଶୀର୍ବାଦ ନେଇ ଉପନିର୍ବାଚନ ସମ୍ପର୍କ ରେ ଆଲୋଚନ କରିଛନ୍ତି। ଦଳ ଯାହାକୁବି ବିଧାୟକ ପ୍ରାର୍ଥୀ ଘୋଷଣା କରିବ ସମସ୍ତ କାର୍ଯ୍ୟକର୍ତ୍ତା ସମର୍ଥନ କରିବାକୁ ନିଷ୍ପଭି ନେଇଛନ୍ତି। ଏଥିସହ ଆଗାମୀ ଦିନର ରଣନୀତି ବିଷୟରେ ଆଲୋଚନା କରିଛନ୍ତି। ଅନ୍ୟପକ୍ଷେ, ଜୟଙ୍କ ବିଜେପିରେ ସାମିଲପରେ ବିଜେଡି ଶିବିର ମଧ୍ୟ ବିବ୍ରତ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ଉପସଭାପତିଙ୍କ ସମେତ ବିଧାୟକ, ଦଳିୟ ତୁଙ୍ଗନେତା ଯୋଗଦେଇ ଜୟ ଢୋଲକିଆଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ସ୍ଥିର କରିସାରିଥିଲେ। ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଜୟ ବିଜେପିକୁ ଚାଲିଯିବା ପରେ ବିଜେଡିକୁ ଶକ୍ତଧକ୍କା ଲାଗିଛି।ଆଜି ଏକ ମିଶ୍ରଣ ପର୍ବ ରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଉଦ୍ୟାନବନ୍ଧ ରେଙ୍ଗ ଠାରେ ଯୋଗ ଦେବେ ଆଜି ଅନେକ ନେତ୍ରୁ ସ୍ଥାନୀୟ ନେତା, ଅନେକ ସରପଞ୍ଚ ସମିତି ସଭ୍ୟ ବିଜେପି ରେ ଯୋଗଦାନ୍ କରିବେ ବୋଲି କୁହାଯାଉଛି। ଏପଟେ କଂଗ୍ରେସ ଗତ ନିର୍ବାଚନର ଭୁଲ ନ ଦୋହରାଇ ଘାସିରାମଙ୍କୁ ପ୍ରାର୍ଥୀକରି ନିର୍ବାଚନ ମଇଦାନକୁ ଓହ୍ଲାଇସାରିଛି। ଇତିମଧ୍ୟରେ ଉପ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଜେଡ଼ି ର ଅଙ୍କ ଛିଣ୍ଡୁ ନି, ଆଜି ବିଜେଡ଼ି ର ପ୍ରାର୍ଥୀ ଘୋଷଣା ହୋଇପାରେ । ଜୟ ଢୋଲକିଆ ଙ୍କୁ ଆଜି ବିଜେପିର ଚୂଡାନ୍ତ ପ୍ରାର୍ଥୀ ଘୋଷଣା କରାଯାଇଛି। ସେ ଗତ ୧୧ ଅକ୍ଟୋବର ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରି ମୋହନ୍ ଚରଣ ମାଝୀ ଙ୍କ ଉପସ୍ଥିତି ରେ ବିଜେପି ରେ ସାମିଲ ହୋଇଥିଲେ। ସେ ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଙ୍କ ପୁତ୍ର।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha