ନୂଆପଡା -୧୯/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପ-ନିର୍ବାଚନ ରେ ପ୍ରଥମ ପର୍ଯ୍ୟାୟ ତାଲିମ୍ ଗ୍ରହଣ ପାଇଁ ୪୩୦ ଜଣ ପ୍ରିଜାଇଡିଂ ଏବଂ ପ୍ରଥମ ପୋଲିଂ ଅଫିସରଙ୍କ ନାମ ଚୟନ କରା ଯାଇଥିଲା l କିନ୍ତୁ
ଏହା ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଆସିଛି ଯେ, ୧୬ ଏବଂ ୧୭ ଅକ୍ଟୋବର ୨୦୨୫ ତାରିଖରେ ଅନୁଷ୍ଠିତ ତାଲିମ ରେ ଅନଧିକୃତ ଭାବରେ ୧୭ ଜଣ ଅଧିକାରୀ ଅନୁପସ୍ଥିତ ଥିଲେ। ଏଥିପାଇଁ ସେମାନେ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ନେଇ ନାହାଁନ୍ତି କିମ୍ବା ସେମାନଙ୍କ ଅନୁପସ୍ଥିତି ର କାରଣ ଜଣାଇ ନାହାଁନ୍ତି। ଏହା ସରକାରୀ କର୍ତ୍ତବ୍ୟରେ ସେମାନଙ୍କ ଘୋର ଅବହେଳା ଏବଂ ଅସଦାଚରଣକୁ ଦର୍ଶାଉଛି।ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି, ଏହି ଅଧିକାରୀ ମାନଙ୍କୁ ନୋଟିସ୍ ଜାରି କରାଯାଇଛି ଓ ୦୩ ଦିନ ମଧ୍ୟରେ ସେମାନଙ୍କ ବିରୁଦ୍ଧରେ କାହିଁକି ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ନାହିଁ ତାହାର କାରଣ ଦର୍ଶାଇଵା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଏହାର ସନ୍ତୋଷ ଜନକ ସ୍ପଷ୍ଟୀକରଣ ନଦେଲେ ଆଇନର ବ୍ୟବସ୍ଥା ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ପ୍ରକାଶ କରିଛନ୍ତି।
ନୂଆପଡା ଉପନିର୍ବାଚନ ତାଲିମ୍ ପାଇଁ ଅନଧିକୃତ ଭାବରେ ଅନୁପସ୍ଥିତ ଥିବା ୧୭ ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କାରଣ ଦର୍ଶାଅ ନୋଟିସ୍ ଜାରି
71
previous post