Home ରାଜ୍ୟଖଡ଼ିଆଳ ଏନ୍ଏସି ର ପୁଟୁପଡ଼ା ୱାର୍ଡ–୧୧ ରେ ଦୟନୀୟ ରାସ୍ତା : କାଦୁଅରେ ଫସିଛି ଜନଜୀବନ।

ଖଡ଼ିଆଳ ଏନ୍ଏସି ର ପୁଟୁପଡ଼ା ୱାର୍ଡ–୧୧ ରେ ଦୟନୀୟ ରାସ୍ତା : କାଦୁଅରେ ଫସିଛି ଜନଜୀବନ।

by Maraguda Express
0 comments
ନୂଆପଡ଼ା -୧୫/୭- ସହରାଞ୍ଚଳର ମୌଳିକ ସୁବିଧାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅନ୍ତର୍ଗତ ପୁଟୁପଡ଼ା ୱାର୍ଡ ନଂ–୧୧ର ବାସ୍ତବ ଚିତ୍ର ସରକାରୀ ବିକାଶ ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷ ବର୍ଷ ଧରି ପ୍ରାୟ ୧୦୦ ମିଟର ପ୍ରବେଶ ରାସ୍ତା କାଦୁଅ ଓ ପଚପଚ ପାଣିରେ ଭରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି।
ସାମାନ୍ୟ ବର୍ଷା ହେଲେ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେଉଛି। ଫଳରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ୁଛି। ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟଙ୍କ କହିବାନୁସାରେ, ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ପ୍ରବେଶ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି, ଯାହା ଜନସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି।ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ସ୍ଥାନୀୟ ୱାର୍ଡ କାଉନ୍ସିଲର ମଧ୍ୟ ବାରମ୍ବାର ଖଡ଼ିଆଳ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଲିଖିତ ଓ ମୌଖିକ ଭାବେ ଅବଗତ କରାଇଥିଲେ ସୁଦ୍ଧା ପ୍ରଶାସନିକ ସ୍ତରରେ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନଥିବାରୁ ଜନଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହି ପ୍ରସଙ୍ଗରେ ଖଡ଼ିଆଳ ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ  ବାରମ୍ବାର ମୋବାଇଲ ଫୋନ୍‌ରେ ଯୋଗାଯୋଗ କରିଥିଲେ। ତେବେ ସେ କଲ୍‌ ରିସିଭ୍‌ କରିନଥିବାରୁ ତାଙ୍କ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ।ଅଞ୍ଚଳବାସୀ ଉକ୍ତ ରାସ୍ତାର ତୁରନ୍ତ ସ୍ଥାୟୀ ନିର୍ମାଣ ଏବଂ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଦୃଢ଼ ଦାବି କରିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ବାଧ୍ୟ ହୋଇ ବଡ଼ ଧରଣର ଗଣଆନ୍ଦୋଳନ କୁ ଓହ୍ଲାଇବାକୁ ପଡ଼ିପାରେ ବୋଲି ସେମାନେ ସତର୍କ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha