Home ରାଜ୍ୟଲଗାଣ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ : ବରିଷ୍ଠ ଅଧିକାରୀ ମୁତୟନ, ୨୪×୭ କଣ୍ଟ୍ରୋଲ ରୁମ୍ ସକ୍ରିୟ।

ଲଗାଣ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ : ବରିଷ୍ଠ ଅଧିକାରୀ ମୁତୟନ, ୨୪×୭ କଣ୍ଟ୍ରୋଲ ରୁମ୍ ସକ୍ରିୟ।

by Maraguda Express
0 comments
ନୂଆପଡ଼ା -୩୦/୦୭ -ନୂଆପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଏବଂ ନିମ୍ନାଞ୍ଚଳ ରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଆହୁରି ଜୋରଦାର କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନଏସି ଅଞ୍ଚଳରେ ପରିସ୍ଥିତିର ନିରନ୍ତର ତଦାରଖ ଓ ସମନ୍ୱୟ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।
ମୁତୟନ ହୋଇଥିବା ଅଧିକାରୀମାନେ ସମ୍ପୃକ୍ତ ବିଡିଓ, ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭିନ୍ନ ବିଭାଗୀୟ କର୍ମକର୍ତ୍ତାଙ୍କ ସହ ସମନ୍ୱୟ ରଖି ବର୍ଷାର ସ୍ଥିତି, ନଦୀ-ନାଳ, ଜଳଭଣ୍ଡାରର ଜଳସ୍ତର ଏବଂ ବିପଦସଙ୍କୁଳ ଅଞ୍ଚଳ ଉପରେ କଡ଼ା ନଜର ରଖିବେ। ଆବଶ୍ୟକ ପଡ଼ିଲେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ ବଣ୍ଟନ, ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ଓ ଜରୁରୀ ସାମଗ୍ରୀର ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ।ସେହିପରି ଭିତ୍ତିବନ୍ଧ ଭାଙ୍ଗିବା, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା, ଜନଧନ ହାନି କିମ୍ବା ଅନ୍ୟ କୌଣସି ଅଘଟଣ ସମ୍ପର୍କରେ ତୁରନ୍ତ ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ର (DEOC) କୁ ଅବଗତ କରିବାକୁ ନିର୍ଦ୍ଦେଶ ରହିଛି।
ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସକ୍ରିୟ ଓ ତତ୍ପର ରହିବାକୁ କହିଥିବା ବେଳେ, ତାଙ୍କ ପୂର୍ବ ଅନୁମତି ବିନା କୌଣସି ଅଧିକାରୀ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ଏହାସହ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ବିଭାଗକୁ ୨୪×୭ କଣ୍ଟ୍ରୋଲ ରୁମ୍ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ଷା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତରିତ ପରିବାରମାନଙ୍କ ପାଇଁ ସରକାରୀ ନିୟମାବଳୀ ଅନୁସାରେ ଆବଶ୍ୟକତା ଭିତ୍ତିରେ ମାଗଣା ରନ୍ଧା ଖାଦ୍ୟ (ଫ୍ରି କିଚେନ୍) ଯୋଗାଣ ଜାରି ରଖିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସତର୍କ ରହିବା, ପ୍ରଶାସନର ପରାମର୍ଶ ପାଳନ କରିବା ଏବଂ କୌଣସି ଗୁଜବକୁ ବିଶ୍ୱାସ ନ କରିବା ପାଇଁ ଅନୁରୋଧ କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha