

ନୂଆପଡ଼ା – ୨୩/୧୦ (ସୁରେନ୍ଦ୍ର ତିୱାରୀ) ବରିଷ୍ଠ ନେତା ଭୁଜବାଲ ଆଡବଙ୍ଗ ଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ବିଜେପି ନେତୃବୃନ୍ଦ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ନୂଆପଡା ଉପନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଆଜି ନୂଆପଡାରେ ଅନୁଷ୍ଠିତ ଏକ ବଡ ମିଶ୍ରଣ ପର୍ବରେ ବିଶିଷ୍ଟ ଓ ବରିଷ୍ଟ ନେତା ଭୁଜବଳ ଆଡବଙ୍ଗ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସୁନାମଧନ୍ୟ ଆଇନଜୀବି ତଥା ଆଡଭୋକେଟ ଘାସିରାମ ବାଗ, ଆଡଭୋକେଟ ଗୋପାଳ ସାମନ୍ତ, ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ସାହୁ, ଅଶୋକ ଦେଵାଙ୍ଗନ୍ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି ।
ପ୍ରକାଶ ଥାଉକି ଶ୍ରୀ ଆଡବଙ୍ଗ ଗତ ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡା ବିଧାନସଭା ନିର୍ବାଚନ ମଣ୍ଢଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ପାଖାପାଖି ୬ ହଜାର ଭୋଟ ପାଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉପରେ ନୂଆପଡାବାସୀ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ଏବଂ ତାଙ୍କର ନୂଆପଡା ଜିଲ୍ଲା ପ୍ରତି ଭଲ ପାଇବା ଓ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି । ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର କାରଣରୁ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଆଡବଙ୍ଗ ଦୃଢୋକ୍ତି ପ୍ରକାଶ କରିଛନ୍ତି ।ଏହି ଅବସରରେ ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଡ.ମୁକେଶ ମହାଲିଙ୍ଗ, ସାଂସଦ ଅନନ୍ତ ନାୟକ, ପ୍ରଦୀପ ପୁରୋହିତ, ସୁଜିତ କୁମାର, ରବିନାରାୟଣ ବେହେରା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢୀ, ରାଜ୍ୟ ଉପ ସଭାପତି ଅଶୋକ ମିଶ୍ର, ଜିଲ୍ଲା ପ୍ରଭାରୀ ଅର୍ତତ୍ରାଣ ମହାପାତ୍ର, ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି।
ବିଜେପି ମିଶ୍ରଣ ପର୍ବ : ନିଜ ଶତାଧିକ ସମର୍ଥକ ଙ୍କ ଗହଣରେ ବିଜେପିରେ ଯୋଗ ଦେଲେ ବରିଷ୍ଟ ନେତା ଭୁଜବଳ ଆଡବଙ୍ଗ।
ନୂଆପଡା ଜିଲ୍ଲାର ର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି: ଭୁଜବଳ ଆଡବଙ୍ଗ
70