ନୂଆପଡ଼ା -୪/୧୨(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲିଆବନ୍ଧା ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ମୋଟ ୨୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ଏହି କାର୍ଯକ୍ରମ ରେ ସମ୍ମାନିତ ଅତିଥି ଭାବରେ ଗ୍ରାମର ସମାଜ ସେବୀ ତଥା ପୂର୍ବତନ ସରପଞ୍ଚ ହୀରାଲାଲ ପଟେଲ ସମାଜ ସେବୀ ଲୋହିତ ଶବର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସେବକ ରାମ ପଟେଲ ଯୋଗ ଦେଇଥିଲେ ।ବିଚାରକ ଭାବରେ ଧନୋରା ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବ୍ୟାସ ଦେବ ସାହୁ ବିଚାରକ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ନାନ୍ତା ମାଝୀ, ପଦନ କୁମାର ସିଂହ,ହୃଷୀକେଶ ସାହୁ,ମନୋଜ କୁମାର ବରିହା, ପବିତ୍ର କୁମାର୍ ଦେଓ ପ୍ରକଳ୍ମ ଗୁଡ଼ିକୁ ପ୍ରସ୍ତୁତ କରିବାରେ ଛାତ୍ର ଛାତ୍ରୀ ମାନଙ୍କୁ ସାହାର୍ଯ୍ୟ କରିଥିଲେ । ରବି ଶଙ୍କର ଭୋଇ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କଲେ ।



କୁଲିଆବନ୍ଧା ବିଦ୍ୟାଳୟ ରେ ବିଜ୍ଞାନ ମେଳା।
30