Home ରାଜ୍ୟଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ, ସହ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ, ସହ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା -୩୧/୧୨(ସୁରେନ୍ଦ୍ର ତିୱାରୀ) ଗତ କାଲି ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକକ -ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ର ଉଦ୍ ଘୋଷଣା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ବନ ବିଭାଗ, ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ, ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ। ପ୍ରଥମ ମାଁ ଙ୍କ ପାଇଁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପରେ ଏକ ସଚେତନ ଶୋଭାଯାତ୍ରା ହରିପୁର ରୋଡ ଠାରେ ବାହାରିଥିଲା। ପର୍ଯ୍ୟଟନ ସ୍ଥଳୀ ରେ ପଡ଼ିଥିବା ଅଳିଆ ଆବର୍ଜନା କୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ରେ ସହାୟକ ହେବାକୁ ପ୍ରାଧିକରଣ ସଚିବ ନବନୀତା ଦାଶ ଆହ୍ବାନ କରିଥିଲେ। ସଭାରେ ଏସିଏଫ ପ୍ରଶ୍ନଜିତ ନାଏକ, ରେଞ୍ଜର ସିତାରାମ ଶବର, ଜିଲ୍ଲା ପ୍ରେସ କ୍ଳବ୍ ସମ୍ପାଦକ ତପନ ଦାଶ, ସଭାପତି ପରମେଶ୍ବର ବାରିକ, ଏନ୍ ସି ସି ଅଧିକାରୀ ବିଷ୍ଣୁ ଦେବ ସିଂ ମଲ୍ଲିକ, ମହିଳା ଡିଗ୍ରୀ କଲେଜ ଅଧ୍ୟାପକ ତଥା ପ୍ରାଧିକରଣର ଅଧିକାର ମିତ୍ର ଘନ ଶ୍ୟାମ ଶଗରିଆ, ରତ୍ନାଞ୍ଜଳି ସେନାପତି, ପ୍ରତିଭା ପାଣିଗ୍ରାହୀ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ପ୍ୟାରୀଲାଲ୍ ଦେୱାଙ୍ଗନ, ମିରର୍ ଅନୁଷ୍ଠାନର ବହୁ ସ୍ବେଛାସେବୀ ଯୋଗ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha