55

ନୂଆପଡ଼ା -୧୩/୨ (ମାରାଗୁଡ଼ା ଏକ୍ସପ୍ରେସ) ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଚଳିତ ଆଶା ଯୋଜନା ଅନ୍ତର୍ଗତ ବାଲ୍ୟ ବିବାହ ମୁକ୍ତ ଭାରତ ଓ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପ୍ରକ୍ରିୟା (ଲିଙ୍ଗ ନିରୂପଣ ପ୍ରତିବନ୍ଧ) ଅଧିନିୟମ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ତହସିଲଦାର କୋମନା ସର୍ବେଶ୍ଵର ଜାଲ, ବିଡିଓ ବୋଡ଼େନ ସୁଶାନ୍ତ କୁମାର ରଣା, ବିଡିଓ ସିନାପାଲି କର୍ମୀ ଓରାମ, ତହସିଲଦାର ସିନାପାଲି ଉପାଞ୍ଜଳି ମଲ୍ଲିକ, ତହସିଲଦାର ବୋଡ଼େନ ସନ୍ତୋଷ ଗୁପ୍ତା, ତହସିଲଦାର ନୂଆପଡ଼ା ପ୍ରଣବ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଞ୍ଜୟ ଭୋଇ, ଡ୍ରଗ ଇନ୍ସପେକ୍ଟର ପ୍ରସନଜିତ୍ ମହାନ୍ତି, ଡଃ ସୁରଜ୍ କୁମାର ହୋତା ମେଡିକାଲ୍ ଅଫିସର ଖାରିଆର ଚିକିତ୍ସାଳୟ, ଅନ୍ୟାନ୍ୟ ମେଡିକାଲ୍ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ କର୍ମଚାରୀ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଦାଶ ଭ୍ରୁଣର ଲିଙ୍ଗ ନିରୂପଣ ଏକ ଆଇନଗତ ଅପରାଧ ଏବଂ ଏଥିରୁ ନିବୃତ ରହିବାକୁ ଜଣ ସାଧାରଣଙ୍କୁ ଆହ୍ବାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ବାଲ୍ୟ ବିବାହକୁ ଏକ ସାମାଜିକ କଳଙ୍କ କହିବା ସହିତ ଏଥିରୁ ଜନସାଧାରଣଙ୍କୁ ନିବୃତ୍ତ ରହିବାକୁ ଆହ୍ବାନ ଦେଇଥିଲେ ଓ ବାଲ୍ୟ ବିବାହ ରୋକିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ତଥା ପୀଡ଼ିତମାନଙ୍କ ପାଇଁ ଦିଆ ଯାଉଥିବା ଆଇନ ସହାୟତା ବିଷୟରେ ଚର୍ଚ୍ଚା କରିଥିଲେ ।