37

ବୋଡେନ-୧୮/୨-(ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅଧୀନସ୍ଥ ସରକାରୀ ଉପ୍ରା ବିଦ୍ୟାଳୟ ଦାବେରୀ ରେ ହର୍ଷଉଲ୍ଲାସ ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ନାୟକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟାକ୍ଷା ସଂଗୀତା ମାଝୀ, ବିଶିଷ୍ଟ ଅତିଥି ଭାବେ ଖଇରା ସରପଞ୍ଚ କୈଳାଶ ଚନ୍ଦ୍ର ଦଲ, ମୁଖ୍ୟ ବକ୍ତା ଭାବେ ସି ଆର ସି ସି ଉତ୍ତମ ପ୍ରସାଦ ମହାଉତି, ସମ୍ମାନିତ ଅତିଥି ଭାବେ ସ୍କୁଲ ଚେୟାର୍ମେନ ତ୍ରିପାଳ ହେର୍ଣ୍ଣା,ଯୋଗାଗୁରୁ ଅରବିନ୍ଦ ବେହେରା, ବରିଷ୍ଠ ଶିକ୍ଷକ ନରେଶ ରାଉତ, ସାମ୍ବାଦିକ ଜଗତରାମ ଦଣ୍ଡସେନା, ଅଙ୍ଗନବାଡି କର୍ମୀ ବଉଦl ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ଥାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ । ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ଧନଞ୍ଜୟ ନାଗ, ହୃଦାନନ୍ଦ ମାଝୀ, ସ୍ମୃତିରଞ୍ଜନ ପଟ୍ଟନାୟକ, କମଳ ସିଂ ମାଝୀ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ପ୍ରଦର୍ଶନ ହୋଇ ଦର୍ଶକ ମାନଙ୍କ ମନ ମୋହିଥିଲେ, ଶିକ୍ଷକ ଉମାକାନ୍ତ ବେହେରା ମଞ୍ଚ ପରିଚାଳନା ସହ ପରିଶେଷ ରେ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।