Home ରାଜ୍ୟବରଗଡ଼–ନୂଆପଡ଼ା ରେଳ ଲାଇନ୍‌ କୁ ନେଇ ବଢ଼ିଲା ଆଶା : ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ରେଳମନ୍ତ୍ରୀଙ୍କୁ ସାଂସଦଙ୍କ ଦାବି।

ବରଗଡ଼–ନୂଆପଡ଼ା ରେଳ ଲାଇନ୍‌ କୁ ନେଇ ବଢ଼ିଲା ଆଶା : ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ରେଳମନ୍ତ୍ରୀଙ୍କୁ ସାଂସଦଙ୍କ ଦାବି।

by Maraguda Express
0 comments
ନୂଆପଡ଼ା -୩୦/୦୭- ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ବହୁ ଦିନର ସ୍ୱପ୍ନ ବରଗଡ଼–ନୂଆପଡ଼ା ରେଳ ଲାଇନ କୁ ନେଇ ପୁଣି ଆଶାର କିରଣ ଦେଖାଦେଇଛି। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିସ୍ତୃତ ପତ୍ର ଲେଖି ବହୁ ପ୍ରତୀକ୍ଷିତ ବରଗଡ଼–ନୂଆପଡ଼ା ରେଳ ପ୍ରକଳ୍ପର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି।
ସାଂସଦ ତାଙ୍କ ପତ୍ରରେ କହିଛନ୍ତି ଯେ,ଏହି ରେଳ ଲାଇନ୍ ସାକାର ହେଲେ ନୂଆପଡ଼ା, ବରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ଯାତାୟାତ, ବାଣିଜ୍ୟ, ଶିଳ୍ପ, ପର୍ଯ୍ୟଟନ ଓ ରୋଜଗାର କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆସିବ।
ଏହା ସହ ସେ ଇସ୍ପାତ ଏକ୍ସପ୍ରେସର ସମୟାନୁବର୍ତ୍ତିତା, ବ୍ରଜରାଜନଗର, ଝାରସୁଗୁଡ଼ା, ବରପାଲି ଓ ଅତାବିରା ଷ୍ଟେସନରେ ଅଧିକ ଟ୍ରେନ୍‌ର ରହଣି, ବିଲାସପୁର–ପୁରୀ ନୂତନ ଟ୍ରେନ୍, ଟିଟିଲାଗଡ଼/ବଲାଙ୍ଗୀର–ଭୁବନେଶ୍ୱର ବନ୍ଦେ ଭାରତ, ଝାରସୁଗୁଡ଼ା–ବିଶାଖାପାଟଣା ବନ୍ଦେ ଭାରତ ଏବଂ ଅନ୍ୟାନ୍ୟ ନୂତନ ରେଳ ସେବା ଆରମ୍ଭ ପାଇଁ ମଧ୍ୟ ଦାବି କରିଛନ୍ତି।
ପତ୍ର ରେ ଗୋଣ୍ଡୱାନା ଏକ୍ସପ୍ରେସର ସମ୍ପ୍ରସାରଣ, ଜନଶତାବ୍ଦୀ ଏକ୍ସପ୍ରେସର ବିସ୍ତାର, ହୀରାକୁଦ ଏକ୍ସପ୍ରେସକୁ ଦୈନିକ କରିବା ସହ ବ୍ରଜରାଜନଗର ଓ ବେଲପାହାଡ଼ ରେଳ ଷ୍ଟେସନ ର ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ବରଗଡ଼–ନୂଆପଡ଼ା ରେଳ ଲାଇନ୍ କେବେ ସାକାର ହେବ ?
ଏବେ ସମସ୍ତଙ୍କ ନଜର କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟର ପଦକ୍ଷେପ ଉପରେ। ପ୍ରକଳ୍ପ ଶୀଘ୍ର ଆଗକୁ ବଢ଼ିଲେ ପଶ୍ଚିମ ଓଡ଼ିଶାର ବିକାଶ ଇତିହାସ ରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha