Home ରାଜ୍ୟନୂଆପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି- ୩୮୫ ଜଣ ସୁରକ୍ଷିତ ସ୍ଥାନାନ୍ତର, ପ୍ରଶାସନ ପୂର୍ଣ୍ଣ ସତର୍କ : ଜିଲ୍ଲାପାଳ ଙ୍କ ପ୍ରେସ ମିଟ୍।

ନୂଆପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି- ୩୮୫ ଜଣ ସୁରକ୍ଷିତ ସ୍ଥାନାନ୍ତର, ପ୍ରଶାସନ ପୂର୍ଣ୍ଣ ସତର୍କ : ଜିଲ୍ଲାପାଳ ଙ୍କ ପ୍ରେସ ମିଟ୍।

by Maraguda Express
0 comments
ନୂଆପଡ଼ା -୩୦/୦୭- ଲଗାଣ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସଦୃଶ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ଜିଲ୍ଲାପାଳ ମଧୁସୂଦନ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ନୂଆପଡ଼ା, କୋମନା, ବୋଡେନ ଓ ଖଡ଼ିଆଳ ବ୍ଲକର ୯ ଟି ପଞ୍ଚାୟତ, ୧୩ ଟି ଗ୍ରାମ ଏବଂ ନୂଆପଡ଼ା ଏନ୍‌ଏସି ପ୍ରଭାବିତ ହୋଇଛି।ପ୍ରଭାବିତ ଅଞ୍ଚଳରୁ ୩୮୫ ଜଣଙ୍କୁ ସୁରକ୍ଷିତ ଭାବେ ୬ ଟି ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଖାଦ୍ୟ, ପାନୀୟ ଜଳ ଓ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ପ୍ରଭାବିତ ପରିବାରମାନେ ଘରକୁ ଫେରିବା ପର୍ଯ୍ୟନ୍ତ ମାଗଣା ରନ୍ଧାଖାଦ୍ୟ ବଣ୍ଟନ ଜାରି ରହିବ।
ପ୍ରାଥମିକ ଆକଳନ ଅନୁଯାୟୀ ୬୧ ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଜନହାନି କିମ୍ବା ପ୍ରାଣୀହାନିର ସୂଚନା ମିଳିନାହିଁ। ୨୪ ରୁ ୩୦ ଜୁଲାଇ ମଧ୍ୟରେ ଜିଲ୍ଲାରେ ହାରାହାରି ୩୦୭.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।ଖଡ଼ିଆଳ ବ୍ଲକର ବିରିଘାଟ ନିକଟରେ ବନ୍ୟାଜଳରେ ଫସିଥିବା ୮ ଜଣଙ୍କୁ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଜନସାଧାରଣଙ୍କ ସହାୟତା ପାଇଁ ୨୪×୭ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ରହିଛି। ଜରୁରୀ ସହାୟତା ପାଇଁ ୦୬୬୭୮-୨୨୫୩୫୭ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସେହିପରି ନଦୀ, ନାଳ ଓ ଜଳାବଦ୍ଧ ଅଞ୍ଚଳକୁ ଅନାବଶ୍ୟକ ନଯିବା ସହ ପ୍ରଶାସନର ସମସ୍ତ ସତର୍କବାଣୀକୁ ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha