95
ନୂଆପଡ଼ା – ୩୦/୦୭- ଦିବ୍ୟାଙ୍ଗଜନଙ୍କୁ ଗୋଟିଏ ସ୍ଥାନରେ ବିଭିନ୍ନ ସରକାରୀ ସେବା ଓ ଯୋଜନାର ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଛି। ଏହି ଶିବିରରେ ଦିବ୍ୟାଙ୍ଗଜନଙ୍କ ପଞ୍ଜୀକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ଭିନ୍ନକ୍ଷମତା ମୂଲ୍ୟାଙ୍କନ, ବର୍ଗୀକରଣ ଏବଂ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

