Home ରାଜ୍ୟଜିଲ୍ଲା ମୁଖ୍ୟାଳୟ ବସ୍ ଷ୍ଟାଣ୍ଡ ରେ ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ ଉଦ୍ଘାଟନ କଲେ ଜଣେ ସାଧାରଣ ଯାତ୍ରୀ ।

ଜିଲ୍ଲା ମୁଖ୍ୟାଳୟ ବସ୍ ଷ୍ଟାଣ୍ଡ ରେ ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ ଉଦ୍ଘାଟନ କଲେ ଜଣେ ସାଧାରଣ ଯାତ୍ରୀ ।

by Maraguda Express
0 comments

ନୂଆପଡା – ୧୮/୦୨ (ମାରା ଗୁଡ଼ା ଏକ୍ସପ୍ରେସ) ଆଜି ଅପରାହ୍ନରେ ନୂଆପଡା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ବସ୍ ଷ୍ଟାଣ୍ଡ ରେ ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ ଜଣେ ସାଧାରଣ ଯାତ୍ରୀ, ଗୋବର୍ଦ୍ଧନ ମହାନନ୍ଦ ଉଦ୍ଘାଟନ କରିଛନ୍ତି । ବ୍ୟାଙ୍କ୍ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ମୁଖ୍ୟ ଅତିଥି ଭାବରେ ଏଥିପାଇଁ ନିମନ୍ତ୍ରଣ କରା ଯାଇଥିଲାl ନିର୍ଦ୍ଦିଷ୍ଟ ସମୟରେ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ । କିନ୍ତୁ ସେ ନିମନ୍ତ୍ରଣ କଲେ ଜଣେ ସାଧାରଣ ଯାତ୍ରୀ ଗୋବର୍ଦ୍ଧନ ମହାନନ୍ଦ, ଧରମ ବନ୍ଧା ଙ୍କୁ ଏହା ଉଦ୍ଘାଟନ ପାଇଁ, ଯିଏକି ନିଜ ଗାଁକୁ ଯିବା ପାଇଁ ବସ୍ ଷ୍ଟାଣ୍ଡ ଆସିଥିଲେ । ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ୍ ଆର୍ ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ନୂଆପଡା ଶାଖା ମୁଖ୍ୟ ପରିଚାଳକ ଲିଙ୍କନ ଦାଶ, ଡି ଟି ଏମ୍ ଆକାଶ ମହାପାତ୍ର, ଆର୍ ଟି ଓ ଶର୍ମିଲା ମହାରଣା ଏବଂ ଆମ ବସ୍ ଷ୍ଟାଣ୍ଡ ପରିଚାଳନା କମିଟିର ସଦସ୍ୟ ଯାଜ୍ଞସେନୀ ମହାପାତ୍ର, ବିଜୟ କୁମାର ରାଉତ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଏ ବିଷୟରେ ଜିଲ୍ଲାପାଳ କହିଲେ ଯେ, ଏହା ହେଉଛି ଲୋକମାନଙ୍କ ସରକାର ଏବଂ ପ୍ରଶାସନ ।

ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ସମ୍ମାନର ଅଧିକାରୀ । ଏଣୁ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ମାନଜନକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜଣେ ସାଧାରଣ ଯାତ୍ରୀଙ୍କୁ ଅବସର ଦିଆଗଲା । ଜନ ସାଧାରଣଙ୍କ ସରକାରରେ ସମସ୍ତ ବ୍ୟକ୍ତି ଅସାଧାରଣ ଏବଂ ଜିଲ୍ଲାର ପ୍ରଗତିରେ ସମସ୍ତଙ୍କ ଯୋଗଦାନ ରହିଛି ବୋଲି ଜିଲ୍ଲାପାଳ କହିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha