61
ବୋଡ଼େନ -୧/୩ – (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ର କଲ୍ୟାଣ ମଣ୍ଡପ ରେ ଆଜି ଆଗାମୀ ଦିନକୁ ହେବାର ଥିବା ଦଣ୍ଡସେନା କଲାର ସମାଜ ର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବୈଠକ ଟି ସଭାପତି ରୋହିତ କୁମାର ଦଣ୍ଡସେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ଭଗବାନ ସହସ୍ର ବାହୁ ଅର୍ଜୁନ ଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇ ଆସନ୍ତା ୨୯ ମାର୍ଚ୍ଚ ୨୦୨୬ ଦିନ ବାର୍ଷିକ ସମ୍ମିଳନୀ ଆୟୋଜନ ର ସ୍ଥିରୀକୃତ ହୋଇଅଛି ।
ବୈଠକ ରେ ଉପ ସଭାପତି ଖଡ଼ିଆଳ କ୍ଷେତ୍ରର ସୀତାରାମ ଦଣ୍ଡସେନା,ସମ୍ପାଦକ ଶୋଭାରମ ଦଣ୍ଡସେନା,ସହସମ୍ପାଦକ ବେଣୁପାଣି ଦଣ୍ଡସେନା, କୋଷାଧ୍ୟକ୍ଷ ଛବିଲାଲ ଦଣ୍ଡସେନା, ପାଞ୍ଚ ଖଇରା ଦ୍ବିଜେନ୍ଦ୍ର ଦଣ୍ଡସେନା, ଟିମନପୁର ରୁ କୃଷ୍ଣ ଚନ୍ଦ୍ର ଦଣ୍ଡସେନା, ଗୋର୍ଲା ରୁ ତୀଯଉ ଦଣ୍ଡସେନା, ଧୀଙ୍ଗିଆ ମୁଣ୍ଡା ରୁ ସୁନ୍ଦର ଦଣ୍ଡସେନା, ଉପଦେଷ୍ଟା ଦାମୋଦର ଦଣ୍ଡସେନା,ଗୋକୁଳ ଦଣ୍ଡସେନା, ବିଦେଶୀ ଦଣ୍ଡସେନା, ଫୁଲଚନ ଦଣ୍ଡସେନା, ଶ୍ୟାମ ଦଣ୍ଡସେନା,ଜନ୍ମେଜୟ ଦଣ୍ଡସେନା, ଲିଙ୍ଗରାଜ ଦଣ୍ଡସେନା, ଲଳିତ ଦଣ୍ଡସେନା,ସହଯୋଗୀତା ରେ ରାଜମନ ଡନସେନା, ମନ ସାରାମ ଦଣ୍ଡସେନା, ଈଶ୍ୱର ଦଣ୍ଡସେନା, କୋଦୋ ଦଣ୍ଡସେନା, ନୀଳମଣୀ ଦଣ୍ଡସେନା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ, ପରିଶେଷ ରେ ବେଣୁପାଣି ଦଣ୍ଡସେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।