69
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଖଡ଼ିଆଳ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି, ଜିଲ୍ଲାପରିଷଦ ଭରତ ଲାଲ ରାଉତ, ଆଇନ ଜିବି ଦେବଦତ୍ତ ଦୀକ୍ଷିତ, ପ୍ରଦେଶ କଂଗ୍ରେସ ସଦସ୍ୟ ବିରଞ୍ଚି ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭକ୍ତରାମ ଶବର,ପୁର୍ବତନ ସରପଞ୍ଚ ଅନ୍ତରାମ ସାହୁ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷା ପ୍ରତିଭା ପ୍ରଧାନ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣୀ ଉତ୍ସବରେ ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇବାସହ ସମସ୍ତ ଅଂଶ ଗ୍ରହଣକାରୀଙ୍କ ପ୍ରୟାସକୁ ପ୍ରଶଂସା କରି ପୁରସ୍କାର ପ୍ରଦାନ କରିଥିଲେ। ମାରାଥନରେ ପ୍ରଥମ ପୁରସ୍କାର ଟ୍ରଫି ଓ ସାର୍ଟିଫିକଟ ସହ ନଗଦ ୧୧ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୬ ହଜାର, ତୃତୀୟ ପୁରସ୍କାର ୪ ହଜାର ଓ ସନ୍ତନା ମୂଳକ ଆହୁରି ୭ ଜଣଙ୍କୁ ନଗଦ ୧ ହଜାର ଟଙ୍କା ଲେଖାଏ ଓ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଏଥିରେ ମାରାଥନ ଆୟୋଜନରେ ବଲରାମ ସାରାଫ, ଉମା ବନଛୋର, ନରେନ୍ଦ୍ର ନାଗ, ଯୋଗେନ୍ଦ୍ର ବାଗ, ଛିନୁ ପୋର୍ଡ, ଚନ୍ଦ୍ର ନାଗ, ଫୈଜ ଅଲ୍ଲୀ, ବିଶ୍ଵ ମହାନନ୍ଦ, ସାଗର ସାହୁ, ପ୍ରମୁଖ ସହଯୋଗ କରିଥିଲେ।


ନୂଆପଡ଼ା -୩୦/୦୧(ସୁରେନ୍ଦ୍ର ତିୱାରୀ ) ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ନୂଆପଡ଼ା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶାହାରୁଖ ଖାନଙ୍କ ନେତୃତ୍ବରେ ୧୧ତମ ଜିଲ୍ଲାସ୍ତରୀୟ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବାହାରୁ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ମିନି ମାରାଥନରେ ଭାଗ ନେଇଥିଲେ। ମାରାଥନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ଯୋଗଦେଇ ମାରାଥନର ଶୁଭାରମ୍ଭ କରିଥିଲେ। ଉଦ୍ୟାନବନ୍ଦ ଠାରୁ କୋମନା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୮ କିଲୋମିଟର ମାରାଥନ ହୋଇଥିଲା। ମାରାଥନରେ ଝାରସୁଗୁଡ଼ା ଜିଲ୍ଲାର ପବନ କୁମାର ୟାଦବ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ସେହିପରି କଳାହାଣ୍ଡି ଜିଲ୍ଲାର ଚୁଡ଼ାମଣି ଚିନ୍ଦା ଦ୍ବିତୀୟ ଏବଂ ସୋନପୁର ଜିଲ୍ଳାର ଜୁନେଶ ନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବିଭାଗ ସମ୍ମାନ ପ୍ରତିଯୋଗିତା ମୂଳକ ଥିଲା ଏଥିରେ ରାଉର କେଳାର ଇରାନ ମହତାବ ବିଜେତା ହୋଇଥିଲେ। କୋମନା ବ୍ଲକ ବରନ୍ଦା ପାଟ ଗ୍ରାମର ଯଶୋଦା ମାଝୀ ଦ୍ୱିତୀୟ ଓ ଭବାନିପାଟଣାର ଯଶୋମତି ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

