87
ନୂଆପଡ଼ା-୨୩/୬- ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଭାଗୃହଠାରେ ପ୍ରାଣୀ ସମ୍ପଦ ବିଭାଗର ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ପ୍ରାଣୀ ସମ୍ପଦର ବିକାଶ ଏବଂ ଚାଷୀଙ୍କ କଲ୍ୟାଣ ପାଇଁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରାଯାଇଥିଲା।


