Home ରାଜ୍ୟଯଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ (ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ଏବଂ ବାଲ୍ୟ ବିବାହ ମୂକ୍ତ ଭାରତ ଅଭିଯାନ ସମ୍ବନ୍ଧୀୟ ସଚେତନତା ଶିବିର।

ଯଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ (ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ଏବଂ ବାଲ୍ୟ ବିବାହ ମୂକ୍ତ ଭାରତ ଅଭିଯାନ ସମ୍ବନ୍ଧୀୟ ସଚେତନତା ଶିବିର।

by Maraguda Express
0 comments
ନୂଆପଡ଼ା -୬/୩- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୂଲ୍ୟରେ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ ( ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ଏବଂ ବାଲ୍ୟ ବିବାହ ମୂକ୍ତ ଭାରତ ଅଭିଯାନ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ତାଣ୍ଡି, ମହାବିଦ୍ୟାଳୟର ପ୍ରଧ୍ୟାପକଗଣ, ଛାତ୍ରଛାତ୍ରୀ ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଯଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ (ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ସମ୍ବନ୍ଧରେ ବିସ୍ତୃତ ଧାରଣା ଦେଇଥିଲେ ଏବଂ ଅସମୀଙ୍କ ଉଚ୍ଚ ଅଦାଲତରେ ଅପିଲ୍ କରିବା ଅଧିକାର ଏବଂ ଅପିଲର ସମୟସୀମା ବିଷୟରେ ବୁଝାଇଥିଲେ । ସେ ମଧ୍ୟ ବାଲ୍ୟ ବିବାହ ଏକ ସାମାଜିକ କଳଙ୍କ ଏବଂ ଏହାକୁ ରୋକିବାକୁ ଓ ବାଲ୍ୟ ବିବାହ ମୂକ୍ତ ଭାରତ ଗଠନରେ ସହାୟକ ହେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha