47
ଏହାସହ ୨୩୦ କ୍ୱିଣ୍ଟାଲ ମହୁଲ ଫୁଲ, ୪୩୩ କିଲୋଗ୍ରାମ ଗଞ୍ଜେଇ, ୮.୫ ଲିଟର କଫ ସିରପ୍ ଓ ୩୦ କିଲୋଗ୍ରାମ ପୋଚ ଜବତ କରାଯାଇଛି।
ନୂଆପଡ଼ା -୧୩/୩ – ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଅବକାରୀ ବିଭାଗର କର୍ଯ୍ୟାବଳୀ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ର ଆରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଚଳିତ ବର୍ଷର ବିଭାଗୀୟ କାର୍ଯ୍ୟନୁଷ୍ଠାନ ଓ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରୁ ଜଣାଗଲା ଯେ ଜିଲ୍ଲାରେ ଅବୈଧ ମଦ ତିଆରି, ବିକ୍ରି ଓ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗ ଦ୍ୱାରା ଜୋରଦାର ଅଭିଯାନ ଚାଲିଛି। ଚଳିତ ବର୍ଷ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ଅଭିଯାନ ମାଧ୍ୟମରେ ମୋଟ ୧୮୦୫ଟି ମାମଲା ଚିହ୍ନଟ କରାଯାଇଥିବା ବେଳେ ୧୧୧୪ ଜଣଙ୍କୁ ଗିରଫ କରାଯାଇଛି।
