61
ନୂଆପଡ଼ା ୨୬/୩ – ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ହୋଟେଲ ମାନଙ୍କରେ ଘରୋଇ ଏଲପିଜି ସିଲିଣ୍ଡର କୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଗତକାଲି ଯୋଗାଣ ବିଭାଗର ଇନଫୋର୍ସମେଣ୍ଟ ସ୍କୱାଡ୍ ଦ୍ୱାରା ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉ ସମୟରେ ନୂଆପଡ଼ା ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରୁ ମୋଟ ୧୧ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ଦୀପକ ହୋଟେଲ ରୁ ୩ ଟି ଘରୋଇ ଗ୍ୟାସ ସିଲିଣ୍ଡର, ମାହୀ ରେଷ୍ଟୁରାଣ୍ଟ ରୁ ୩ ଘରୋଇ ଗ୍ୟାସ ସିଲିଣ୍ଡର ଓ ହାଇଦ୍ରାବାଦୀ ବିରୀୟାନି ହୋଟେଲ ରୁ ୫ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି।