Home ରାଜ୍ୟଶ୍ରମିକ ସଚେତନତା ଓ ଶିଶୁ ଶ୍ରମ ଉଚ୍ଛେଦ ପାଇଁ ସୁକଲିମୁଣ୍ଡି ରେ ବିଶେଷ ଶିବିର : ୧୩୦ କିଲୋ ପ୍ଲାଷ୍ଟିକ୍ ଆବର୍ଜନା ସଫା।

ଶ୍ରମିକ ସଚେତନତା ଓ ଶିଶୁ ଶ୍ରମ ଉଚ୍ଛେଦ ପାଇଁ ସୁକଲିମୁଣ୍ଡି ରେ ବିଶେଷ ଶିବିର : ୧୩୦ କିଲୋ ପ୍ଲାଷ୍ଟିକ୍ ଆବର୍ଜନା ସଫା।

by Maraguda Express
0 comments
ନୂଆପଡ଼ା -୨୩/୬ – ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ କୋମନା ବ୍ଲକ ଅନ୍ତର୍ଗତ ଠିକ୍‌ପାଲି ଗ୍ରାମ ପଞ୍ଚାୟତର ସୁକଲିମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଆଇନ ସଚେତନତା ଓ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗ୍ରାମାଞ୍ଚଳର ଶ୍ରମିକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆଇନ ସମ୍ପର୍କିତ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରକୁ ବ୍ୟାପକ ସମର୍ଥନ ମିଳିଥିଲା।
ଏହି ସଚେତନତା ଶିବିରରେ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ, ଶିଶୁ ଶ୍ରମ ଉଚ୍ଛେଦ ଅଧିନିୟମ, ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା, ସେମାନଙ୍କ ସମସ୍ୟା ଓ ଆଇନଗତ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଇନ ସମ୍ପର୍କିତ ବିଭିନ୍ନ ସୂଚନା ଓ ସରକାରୀ ସହାୟତା ବ୍ୟବସ୍ଥା ବିଷୟରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଏବଂ ନୂଆପଡ଼ାର ବିଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା ଯୋଗଦେଇ ଶ୍ରମିକ ଓ ସ୍ଥାନୀୟ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଥିଲେ।ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ, ପ୍ରବାସୀ ଶ୍ରମିକମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ପୂର୍ବରୁ ସରକାରୀ ଭାବେ ପଞ୍ଜୀକରଣ କରିବା ଅତ୍ୟନ୍ତ ଆବଶ୍ୟକ। ଏହା ଦ୍ୱାରା କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଦୁର୍ଘଟଣା ସମୟରେ ସେମାନେ ଆଇନଗତ ଓ ପ୍ରଶାସନିକ ସହାୟତା ପାଇପାରିବେ। ସେହିପରି ସମ୍ବିଧାନ ପ୍ରଦତ୍ତ ମୌଳିକ କର୍ତ୍ତବ୍ୟ ପାଳନ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ମଧ୍ୟ ସେମାନେ ଉଲ୍ଲେଖ କରିଥିଲେ।ବାହାର ରାଜ୍ୟରେ ଶ୍ରମିକଙ୍କ ଶୋଷଣ ରୋକିବା, ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ କିପରି ଅଧିକରୁ ଅଧିକ ଶ୍ରମିକଙ୍କ ନିକଟରେ ପହଞ୍ଚିପାରିବ, ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ଅବସରରେ ଠିକ୍‌ପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ସୁନା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷେମ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଗ୍ରାମାଞ୍ଚଳରେ ଶ୍ରମିକ ସଚେତନତା ବୃଦ୍ଧି ପାଇଁ ଏଭଳି ଆଇନ ସଚେତନତା ଶିବିରର ଆବଶ୍ୟକତା ରହିଛି ବୋଲି ସେମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ କାର୍ଯ୍ୟକ୍ରମ ରେ ଠିକପାଲି ସିଆରସି ଦିଲିପ ଶବର,ପିଇଓ ପ୍ରଦୀପ ବାଗ,ଆଇନ ପ୍ରାଧିକରଣ ର କର୍ମଚାରୀ ବୃନ୍ଦ, ଅଧିକାର ମିତ୍ର, ଏମ.ବି.କେ, ଅଙ୍ଗନୱାଡି ଓ ଆଶା କର୍ମୀ, ସିଆରପି, ସ୍ବାସ୍ଥ୍ୟ ମିତ୍ର, ଶିକ୍ଷା ମିତ୍ର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାତାମାନେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଗ୍ରାମବାସୀ ପ୍ରମୁଖ ଯୋଗଦନ କରିଥିଲେ । ସଭା ପ୍ରାରମ୍ଭ ରେ ବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ପୁଷ୍କ ଗୁଚ୍ଛ ଓ ଉପଢୌକନ ଶିକ୍ଷୟିତ୍ରୀ ପ୍ରମିଳା ଶବର ଓ ମଞୁଲତା ମାଝୀ ପ୍ରଦାନ କରି ସ୍ବାଗତ କରିଥଲେ। ମଞ୍ଚ ପରିଚାଳନା କରିଥିଲେ ଜୟଦେବ ପ୍ରଧାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ଟଲଷ୍ଟୟ ଧରୁଆ। ଶିଶୁ ଶ୍ରମିକ ଉଚ୍ଛେଦ ଓ ଶିଶୁ ଅଧିକାର ସୁରକ୍ଷା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରା ରେ ବାହାରି ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ଗ୍ରାମବାସୀ ଙ୍କୁ ସଚେତନ କରିଥିଲେ। ଏହା ସହ ଶେଷ ପର୍ଯ୍ୟାୟରେ ସ୍ୱଚ୍ଛତା ଓ ପ୍ଲାଷ୍ଟିକ୍ ବର୍ଜ୍ୟ ସଫେଇ କାର୍ଯ୍ୟକ୍ରମରେ ସମସ୍ତେ ଅଂଶଗ୍ରହଣ କରି ପ୍ରାୟ ୧୩୦ କିଲୋଗ୍ରାମ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରିଥିଲେ।
ଏହି କାର୍ଯ୍ୟକ୍ରମ ଶ୍ରମିକ ସଚେତନତା, ଶିଶୁ ଶ୍ରମ ଉଚ୍ଛେଦ ଓ ପରିବେଶ ସୁରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଳ ରେ ମତ ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha