Home ରାଜ୍ୟଲିଙ୍ଗାନୁପାତ ସୂଚକାଙ୍କ ରେ ନୂଆପଡ଼ାର ବଡ଼ ସଫଳତା : ରାଜ୍ୟରେ ଚତୁର୍ଥ ସ୍ଥାନ, ‘ଝିଅ ପାଇଁ ଗଛଟିଏ’ ଅଭିଯାନ ଆଣିଲା ସୁଧାର।

ଲିଙ୍ଗାନୁପାତ ସୂଚକାଙ୍କ ରେ ନୂଆପଡ଼ାର ବଡ଼ ସଫଳତା : ରାଜ୍ୟରେ ଚତୁର୍ଥ ସ୍ଥାନ, ‘ଝିଅ ପାଇଁ ଗଛଟିଏ’ ଅଭିଯାନ ଆଣିଲା ସୁଧାର।

by Maraguda Express
0 comments
ନୂଆପଡ଼ା -୧୬/୫- କନ୍ୟା ସୁରକ୍ଷା, ଲିଙ୍ଗଗତ ସମାନତା ଏବଂ ସୁସ୍ଥ ସମାଜ ଗଠନ ଦିଗରେ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ନୂଆପଡ଼ା ଏକ ବଡ଼ ସଫଳତା ହାସଲ କରିଛି। ସମ୍ପ୍ରତି ପ୍ରକାଶିତ ଜନ୍ମ ସମୟରେ ଲିଙ୍ଗାନୁପାତ ବିକୃତି ସୂଚକା ଙ୍କ (SRB Distortion Index) ରିପୋର୍ଟ ଅନୁଯାୟୀ, ନୂଆପଡ଼ା ଜିଲ୍ଲା ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିବା ସହ ଅନ୍ୟ ଜିଲ୍ଲାମାନ ଙ୍କ ପାଇଁ ଉଦାହରଣ ସାଜିଛି।
ଜିଲ୍ଲାର ଏହି ଗୌରବମୟ ସଫଳତା ପଛରେ ପ୍ରଶାସନର କଡ଼ା ଆଭିମୁଖ୍ୟ ଏବଂ ସାମାଜିକ ସଚେତନତା ମୁଖ୍ୟ କାରଣ ସାଜିଛି।
ସୂଚକାଙ୍କ ରେ ନୂଆପଡ଼ାର ସ୍ଥିତି:
ରିପୋର୍ଟ ଅନୁଯାୟୀ, ଦୁଇଟି ପ୍ରମୁଖ ବିଶ୍ଳେଷଣ ଆଧାରରେ ନୂଆପଡ଼ା ଜିଲ୍ଲା ଶୀର୍ଷ ସ୍ଥାନରେ ରହିଛି:
SRB ଡିଷ୍ଟର୍ସନ ଇଣ୍ଡେକ୍ସ : ଏହି ସୂଚକାଙ୍କରେ ନୂଆପଡ଼ାର ସ୍କୋର ୧.୦୦୬ ରହିଛି। ଏହାକୁ ‘ନିୟର ନର୍ମାଲ’ ବା ସ୍ୱାଭାବିକ ଶ୍ରେଣୀଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟର ମାତ୍ର ୧୩ ଟି ଜିଲ୍ଲା ଏହି ସମ୍ମାନଜନକ ଶ୍ରେଣୀରେ ସ୍ଥାନ ପାଇଛନ୍ତି।
ମିନ୍-ମାକ୍ସ ନର୍ମାଲାଇଜେସନ : ଏହି ଆଧାରିତ ଅନ୍ୟ ଏକ ବିଶ୍ଳେଷଣ ରେ ନୂଆପଡ଼ା ଜିଲ୍ଲା ୦.୭୪୬ ସ୍କୋର ସହ ରାଜ୍ୟର ‘ଟପ୍ ଟିଅର’ (Top Tier) ବା ସର୍ବୋଚ୍ଚ ସ୍ତରର ଜିଲ୍ଲା ଗୁଡ଼ିକ ମଧ୍ୟରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛି।
‘ଝିଅ ପାଇଁ ଗଛଟିଏ’ ଓ ବଦଳୁଥିବା ସାମାଜିକ ଚିନ୍ତାଧାରା
ଜିଲ୍ଲାରେ ଲିଙ୍ଗାନୁପାତ ର ଏହି ସକାରାତ୍ମକ ସୁଧାର ପଛରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦୂର ଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ନିରନ୍ତର ପ୍ରୟାସ ରହିଛି। ତାଙ୍କ ପ୍ରତ୍ୟକ୍ଷ ତଦାରଖରେ ଆରମ୍ଭ ହୋଇଥିବା “ଝିଅ ପାଇଁ ଗଛଟିଏ” ଅଭିଯାନ ଜିଲ୍ଲାରେ ଏକ ବଡ଼ ସାମାଜିକ ଆନ୍ଦୋଳନର ରୂପ ନେଇଛି।
ଏହି ଅଭିଯାନ ମାଧ୍ୟମରେ କନ୍ୟା ସନ୍ତାନର ଜନ୍ମକୁ ପରିବାର ଓ ସମାଜରେ ଏକ ଉତ୍ସବ ଭାବେ ପାଳନ କରାଯାଉଛି। ଏହା ସହିତ ପ୍ରତି କନ୍ୟା ସନ୍ତାନର ଜନ୍ମରେ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷାର ଏକ ଅନନ୍ୟ ବାର୍ତ୍ତା ମଧ୍ୟ ଦିଆଯାଉଛି, ଯାହା ଲୋକଙ୍କ ମାନସିକତାରେ ବ୍ୟାପକ ପରିବର୍ତ୍ତନ ଆଣିଛି।
ପିସି – ପିଏନଡିଟି ଆକ୍ଟର କଡ଼ା କାର୍ଯ୍ୟାନ୍ବୟନ
କେବଳ ସଚେତନତା ନୁହେଁ, ବରଂ ଆଇନଗତ କଟକଣାକୁ ମଧ୍ୟ ଜିଲ୍ଲାରେ ବେଶ୍ ଗୁରୁତ୍ୱ ଦିଆଯାଇଛି। ପିସି – ପିଏନଡିଟି ଆକ୍ଟ (କନ୍ୟା ଭ୍ରୂଣ ହତ୍ୟା ରୋକିବା ଆଇନ) ର କଡ଼ା କାର୍ଯ୍ୟାନ୍ବୟନ ପାଇଁ ଜିଲ୍ଲାପାଳ ନିୟମିତ ଭାବେ ସମୀକ୍ଷା ବୈଠକ କରୁଛନ୍ତି।
ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଘରୋଇ ନର୍ସିଂହୋମ ଏବଂ ଅଲ୍ଟ୍ରାସାଉଣ୍ଡ ସେଣ୍ଟରଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି।
ନିୟମିତ ପରିଦର୍ଶନ ଓ ଯାଞ୍ଚ କରାଯାଇ ସେଣ୍ଟରଗୁଡ଼ିକୁ ଆଇନ ମାନିବାକୁ ବାଧ୍ୟ କରାଯାଉଛି ଏବଂ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଚେତନ କରାଯାଉଛି।
ନୂଆପଡ଼ା ଜିଲ୍ଲାର ଏହି ସଫଳତା କୌଣସି ଜଣକର ନୁହେଁ, ବରଂ ଏହା ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବିଭିନ୍ନ ସ୍ଥାନୀୟ ସାମାଜିକ ସଂଗଠନର ମିଳିତ ସମନ୍ୱିତ ପ୍ରୟାସର ଫଳ।
ଏହି ପ୍ରଶାସନିକ ତତ୍ପରତା, ନିୟମିତ ମନିଟରିଂ ଏବଂ ଜନସାଧାରଣଙ୍କ ସହଯୋଗ ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲାକୁ ଲିଙ୍ଗଗତ ସମାନତା କ୍ଷେତ୍ରରେ ରାଜ୍ୟରେ ଶୀର୍ଷ ସ୍ଥାନରେ ପହଞ୍ଚାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha