9
ନୂଆପଡ଼ା -୯/୪ – ଖରିଆର ରୋଡ ନଗର ପାଳୀକା ର ଜନପ୍ରିୟ ଅଧ୍ୟକ୍ଷା ଡଃ ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଖରିଆର ରୋଡ୍ ପୌରପାଳିକାର “ପ୍ରତି ସପ୍ତାହ – ଗୋଟିଏ ୱାର୍ଡ, ଜନତାଙ୍କ ସହ ସିଧାସଳଖ ସମ୍ବାଦ” ଅଭିଯାନର ଅନ୍ତିମ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହୋଇଛି। ୱାର୍ଡ ନମ୍ବର ୧୮ ଏବଂ ୧୯ ରେ ପୌର ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି “ୱାର୍ଡ଼ ରେ ପୌର ପ୍ରଶାସନ” କାର୍ଯ୍ୟକ୍ରମରେ ୱାର୍ଡବାସୀ ଙ୍କ ସମସ୍ୟାଗୁଡ଼ିକୁ ଗମ୍ଭୀରତା ର ସହ ଶୁଣା ଯିବା ସହ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।


