40
ନୂଆପଡ଼ା -୨୩/୬- ରାଜ୍ୟରେ ଚାଷୀ ଆତ୍ମହତ୍ୟାର ଏକ ସଙ୍ଗିନ ତଥା ହୃଦୟବିଦାରକ ଅଭିଯୋଗ ସାମନାକୁ ଆସିଛି। ଧାନ ବିକ୍ରି ପାଇଁ ସରକାରୀ ଟୋକନ୍ ମିଳିଥିଲେ ମଧ୍ୟ ମଣ୍ଡିରେ ଧାନ ବିକ୍ରି ନହେବାରୁ ମାନସିକ ଚାପ ସହ୍ୟ କରିନପାରି ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ଏହି ଅଭାବନୀୟ ଘଟଣାଟି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରୁ ଆସିଛି। ମୃତ ଚାଷୀଜଣକ ହେଲେ ଜଡ଼ାମୁଣ୍ଡା ଗୋଲେଇପଡ଼ାର ନେପାଳ ମାଝି (୪୪)।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ ,ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସାଧାରଣ ସମ୍ପାଦକ ଭକ୍ତବନ୍ଧୁ ଧରୁଆ ଙ୍କ ନେତୃତ୍ବରେ ସହ ସହ ଚାଷି ଓ ମୃତ ଚାଷୀଙ୍କ ପରିବାର ବର୍ଗ ଶବକୁ ରାସ୍ତାରେ ରଖି କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-୩୫୩ କୁ ୩ ଘଣ୍ଟା ରୁ ଉର୍ଦ୍ଧ୍ କାଳ ଅବରୋଧ କରିଥିଲେ।
