4
“ଏହା କେବଳ ଏକ ଶୁଭାରମ୍ଭ। ଚଳିତ ଆର୍ଥିକ ବର୍ଷରେ ଆମକୁ ଅଧିକ ପରିଶ୍ରମ କରି ଜିଲ୍ଲାର ଏହି ସମ୍ମାନକୁ ବଜାୟ ରଖିବାକୁ ହେବ।” — ମଧୁସୂଦନ ଦାଶ, ଜିଲ୍ଲାପାଳ, ନୂଆପଡ଼ା
ନୂଆପଡ଼ା -୧୭/୦୪ -(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ପାଇଁ ଏକ ଗୌରବର ବିଷୟ। ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ କ୍ଷେତ୍ରରେ ସମଗ୍ର ଓଡ଼ିଶାରେ ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକରେ ଏହି ସଫଳତା ସମ୍ପର୍କରେ ସୂଚନା ଦିଆଯିବା ସହ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ବିଭିନ୍ନ ଏନଏସିର କାର୍ଯ୍ୟ ପ୍ରଗତି ଉପସ୍ଥାପନ କରିଥିଲେ। ବୈଠକରେ ମୁଖ୍ୟତଃ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା :