Home ରାଜ୍ୟନୂଆପଡ଼ାରେ “ଓଡ଼ିଆ ପକ୍ଷ” ପାଳିତ : ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଗୁଞ୍ଜରିଲା ବରପୁତ୍ର ଙ୍କ ଗାଥା।

ନୂଆପଡ଼ାରେ “ଓଡ଼ିଆ ପକ୍ଷ” ପାଳିତ : ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଗୁଞ୍ଜରିଲା ବରପୁତ୍ର ଙ୍କ ଗାଥା।

by Maraguda Express
0 comments
ନୂଆପଡ଼ା -୧୨/୪- (ସୁରେନ୍ଦ୍ର ତିୱାରୀ) – ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ “ଓଡ଼ିଆ ପକ୍ଷ” ପାଳନ କରାଯାଉଥିବା ବେଳେ, ନୂଆପଡ଼ା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆଜି ଏକ ଭବ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୀର୍ଷକ “ଓଡ଼ିଶାର ବନ୍ଦନୀୟ ବରପୁତ୍ର” ରଖାଯାଇଥିଲା।
​ବରପୁତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
​କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, ଓଡ଼ିଶାର ଅସ୍ମିତା ରକ୍ଷା ଓ ପ୍ରଗତି ପାଇଁ ବରପୁତ୍ରମାନଙ୍କ ତ୍ୟାଗ ଅତୁଳନୀୟ। ଯେଉଁମାନେ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ସମାଜ ଓ ଦେଶର ହିତକୁ ପ୍ରାଧାନ୍ୟ ଦିଅନ୍ତି, ସେମାନେ ହିଁ ଚିର ନମସ୍ୟ। ଆଗାମୀ ପିଢ଼ି ଓ ଯୁବପିଢ଼ି ଏହି ମହାନାୟକଙ୍କ ଜୀବନୀରୁ ଶିକ୍ଷାଲାଭ କରି ନିଜକୁ ଗଢ଼ିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମ ରେ ଗୁଣୀଜ୍ଞାନୀ ଙ୍କ  ସଙ୍ଗମ ଘଟିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
​ଏହି ଅବସରରେ ମଞ୍ଚାସୀନ ସମ୍ମାନିତ ଅତିଥିମାନେ ଓଡ଼ିଆ ସ୍ୱାଭିମାନ ଓ ବରପୁତ୍ରଙ୍କ ଅବଦାନ ଉପରେ  ଗହନ ଆଲୋକପାତ କରିଥିଲେ। ମଞ୍ଚରେ ଉପସ୍ଥିତ ଥିଲେ ​ସୁବାସ ଚନ୍ଦ୍ର ରଇତ ଅତିରିକ୍ତ ଜିଲ୍ଲାପାଳ,
​ଲମ୍ବୋଦର ଧରୁଆ ମୁଖ୍ୟ ଉନ୍ନୟନ ଅଧିକାରୀ,
​ଶ୍ରୀମତୀ ସୁର୍ମୀ ସୋରେନ ଉପ ଜିଲ୍ଲାପାଳ,
​କ୍ଷମାନିଧି ଭୋଇ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ,
​ଅଶୋକ କୁମାର ପଟ୍ଟନାୟକ ବିଶିଷ୍ଟ କବି
​ନରୋତ୍ତମ ଭୋଇ ଅଧ୍ୟକ୍ଷ ଡାଏଟ,
​କବିତା ପାଠୋତ୍ସବରେ ଉତ୍ସାହ ଓ ଉଦ୍ଦୀପନାର ମାହୋଲ ଦେଖିବାକୁ ମିଳିଥିଲା।
​ଆଲୋଚନା ଚକ୍ର ପରେ ଏକ ଆକର୍ଷଣୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଷ୍ଠିତ କବି, କବିୟତ୍ରୀ ଏବଂ ଡାଏଟର ଛାତ୍ରଛାତ୍ରୀମାନେ ନିଜର ସ୍ୱରଚିତ କବିତା ମାଧ୍ୟମରେ ଓଡ଼ିଶା ର ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବିତାଗୁଡ଼ିକରେ ଓଡ଼ିଶାର ବୀରତ୍ୱ, ସଂସ୍କୃତି ଏବଂ ମାତୃଭାଷାର ଗୌରବ ପ୍ରତିଫଳିତ ହୋଇଥିଲା। ଉପରୋକ୍ତ
​ସୁସଞ୍ଚାଳିତ କାର୍ଯ୍ୟକ୍ରମ କୁ
​ସମ୍ପୂର୍ଣ୍ଣ ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ସୁଚାରୁ ରୂପେ ସଂଯୋଜନା କରିଥିଲେ। ପରିଶେଷରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ହୋଇଥିଲା।
​ସଂକ୍ଷେପରେ “ଓଡ଼ିଆ ପକ୍ଷ” ମାଧ୍ୟମରେ ନୂଆପଡ଼ା ଜିଲ୍ଲାରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ସାଧାରଣ ରେ ବିବେଚିତ ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha