Home ରାଜ୍ୟକୋମନା ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୫୭ ଟି ମାମଲାର ବିଚାର ଓ ବହୁମୁଖି ସଚେତନତା ସଭା।

କୋମନା ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୫୭ ଟି ମାମଲାର ବିଚାର ଓ ବହୁମୁଖି ସଚେତନତା ସଭା।

by Maraguda Express
0 comments
​ନୂଆପଡ଼ା -୧୩/୪- ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ଶିବିରରେ ଅଧ୍ୟକ୍ଷତା କରି ସମୁଦାୟ ୫୭ଟି ଅଭିଯୋଗର ଶୁଣାଣି କରିଥିଲେ।
​ଶିବିରରେ ପହଞ୍ଚିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୫୨ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବାବେଳେ ୫ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଥିଲା। ଜିଲ୍ଲାପାଳ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରିବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
​ଏହି ଅବସରରେ ମାନବିକତା ପ୍ରଦର୍ଶନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଜଣ ଅସହାୟ ବ୍ୟକ୍ତି ଗିରିଜା ପଟେଲ ଓ ଜାନି ନିଆଲଙ୍କୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ତତ୍କାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
​କେବଳ ଅଭିଯୋଗ ଶୁଣାଣି ନୁହେଁ, ବରଂ ଜନହିତକର ବିଭିନ୍ନ କାର୍ଯ୍ୟକ୍ରମରେ ବ୍ଲକ ପରିସର ଆଜି ଚଳଚଞ୍ଚଳ ଥିଲା । ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ସହ ‘ଆୟୁଷ୍ମାନ ଆରୋଗ୍ୟ ଶିବିର’ ଆୟୋଜିତ ହୋଇଥିଲା। କୁରେଶ୍ୱର ପଞ୍ଚାୟତର ଉଦ୍ୟାନବନ୍ଧ ଗ୍ରାମଠାରେ ପ୍ରବାସୀ ଶ୍ରମିକ ସଚେତନତା, “ଝିଅ ପାଇଁ ଗଛଟିଏ”, “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” ଏବଂ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପରି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା।
​ପ୍ରାଣୀ ଚିକିତ୍ସା ନିମନ୍ତେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ “ପ୍ରାଣୀ ପାଇଁ ଦିନଟିଏ” ଶିବିର କରାଯାଇ ମାଗଣା ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଉପରୋକ୍ତ ଶିବିର ରେ ଅନ୍ୟମାନଙ୍କ ମଧ୍ଯ ରେ
​ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଏବଂ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
​ଶିବିର ପରିଚାଳନାରେ ବିଡ଼ିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ଵର ଜାଲ ଏବଂ ଡେପୁଟୀ ଜିଲ୍ଲାପାଳ ଚିନ୍ମୟ ସାଗର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha