Home ରାଜ୍ୟୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ୍ ଇଣ୍ଡିଆର ସ୍ୱଚ୍ଛତା ଅଭିଯାନ : ଗାଁରୁ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସଂକଳ୍ପ।

ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ୍ ଇଣ୍ଡିଆର ସ୍ୱଚ୍ଛତା ଅଭିଯାନ : ଗାଁରୁ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସଂକଳ୍ପ।

by Maraguda Express
0 comments
ନୂଆପଡ଼ା -୨୦/୭- ଗ୍ରାମାଞ୍ଚଳରେ ସ୍ୱଚ୍ଛତା ର ବାର୍ତ୍ତା ପହଞ୍ଚାଇବା ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଗେଇ ଆସିଛି ସାମ୍ବାଦିକ ସଂଗଠନ। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ଠାରେ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ୍ ଇଣ୍ଡିଆ’ (WJI) ନୂଆପଡ଼ା ଜିଲ୍ଲା ଶାଖା ପକ୍ଷରୁ ଏକ ଅଭିନବ ସ୍ୱଚ୍ଛତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଜି ଲିଟିସର୍ଗି ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପରିସରରୁ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇ ସମଗ୍ର ଗ୍ରାମ ପରିକ୍ରମା କରିଥିଲା।WJIର ରାଜ୍ୟ ସମ୍ପାଦକ ବିଷିକେଶନ ପଣ୍ଡାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲିଟିସର୍ଗି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ ବିଜୟ ପ୍ରକାଶ ନନ୍ଦ ଯୋଗ ଦେଇଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବେନାଏବ ସରପଞ୍ଚ ବଳରାମ ବାଗ, ସି.ଏଚ୍.ଓ ସନ୍ତୋଷ ବାଗ, WJI ଜିଲ୍ଲା ଉପ-ସଭାପତି ସତୀଶ ଯୋଶୀ, WJI ଜିଲ୍ଲା ସମ୍ପାଦକ ଦିଲ୍ଲୀପ ଦଳପତି, WJI ଜିଲ୍ଲା କୋଷାଧ୍ୟକ୍ଷ ନୀଳମଣି ପଣ୍ଡା,ବିବିଏସଏସ ର ବ୍ଲକ ସଭାପତି ଭାଗ୍ୟବାନ ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାରୁ ଗ୍ରାମ ପର୍ଯ୍ୟନ୍ତ କିପରି ପ୍ଲାଷ୍ଟିକ ବର୍ଜନ କରାଯାଇପାରିବ, ସେ ନେଇ ଗ୍ରାମବାସୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ସଚେତନ କରିଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ଗାଁକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ପ୍ରୟାସ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଏହି ସ୍ୱଚ୍ଛତା ଅଭିଯାନରେ WJI ର ସଭ୍ୟ ଲମ୍ବୋଦର ବାଗ, ହିତେଶ ବାଗ,ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ର ସଭ୍ୟ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ତିୱାରୀ, ୱାର୍ଡ ମେମ୍ବର ଡମ୍ବରୁଧର ହଂସ, ପଞ୍ଚାୟତ ପିଅନ ଦୀନେଶ ବାଗ ଓ ନବୀନ ବାଗ ଯୋଗ ଦେଇଥିଲେ। ଏହାସହ ଗ୍ରାମର ମହିଳା ଶକ୍ତି ଯଥା- ଅଙ୍ଗନବାଡ଼ି କର୍ମୀ ସରୋଜିନୀ ବାଗ ଓ ରଶ୍ମିତା ପୋଡ଼, ଆଶା କର୍ମୀ ବେଲମତି ହଂସ, ଏମ.ବି.କେ ଚମ୍ପା ବାଗ, ସି.ଆର.ପି ପିଙ୍କି ନାଗ ଓ କ୍ଷୀରମତୀ ବଛା, ପ୍ରାଣୀ ମିତ୍ର ବିଳାସ ବାଗ ଓ ଅହଲ୍ୟା ବାଗ ଏବଂ ସ୍ୱଚ୍ଛତା ମିତ୍ର ଭାରତୀ ବାଗ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
କେବଳ ସ୍ୱଚ୍ଛତା ନୁହେଁ, ବରଂ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏଭଳି ଜନହିତକର କାର୍ଯ୍ୟକ୍ରମ କରାଯିବା ସହ ବୃକ୍ଷରୋପଣ, ନିଶା ନିବାରଣ ଏବଂ ସଡ଼କ ସୁରକ୍ଷା ଭଳି ବିଭିନ୍ନ ସାମାଜିକ ସଚେତନତାମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସଂଗଠନ ନିଷ୍ପତ୍ତି ନେଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha