Home ରାଜ୍ୟନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ମନରେଗା କାର୍ଯ୍ୟକାରିତାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କଲା ଜିଲ୍ଲା।

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ମନରେଗା କାର୍ଯ୍ୟକାରିତାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କଲା ଜିଲ୍ଲା।

by Maraguda Express
0 comments
ନୂଆପଡ଼ା -୨୪/୪- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୋଲିସ ପଡ଼ିଆଠାରେ “ଜାତୀୟ ପଞ୍ଚାୟତିରାଜ ଦିବସ–୨୦୨୬” ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ିକରଣକୁ ଗୁରୁତ୍ୱ ଦେଇ ଆୟୋଜିତ ଏହି ସମାରୋହରେ ନୂଆପଡ଼ା ବିଧାୟକ ଜୟ ଧୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ରାଜ୍ୟ ସ୍ତରରେ ପୁରସ୍କୃତ ନୂଆପଡ଼ା ଜିଲ୍ଲା।
ଚଳିତ ବର୍ଷ ନୂଆପଡ଼ା ଜିଲ୍ଲା ପାଇଁ ଏହି ଦିବସ ଏକ ବଡ଼ ସଫଳତା ନେଇ ଆସିଛି। ବଲାଙ୍ଗୀରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ନୂଆପଡ଼ା ଜିଲ୍ଲା ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏହି ଗୌରବଜନକ ପୁରସ୍କାର ଗ୍ରହଣ କରିଛନ୍ତି।
ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁତ୍ୱ
ଜିଲ୍ଲାପାଳ ମଧୁସୁଦନ ଦାଶ ନିଜ ସ୍ୱାଗତ ଭାଷଣରେ ଗ୍ରାମୀଣ ଅର୍ଥନୀତିର ବିକାଶରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଭୂମିକା ପ୍ରଶଂସନୀୟ ବୋଲି ଅଭିହିତ କରିଥିଲେ। ସ୍ଥାନୀୟ ପୋଲିସ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାବାସୀ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାର ସୁଯୋଗ ପାଇଥିଲେ।
କୃତୀ ପଞ୍ଚାୟତ ଓ ହିତାଧିକାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲାର ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଞ୍ଚାୟତ ଓ ବ୍ଲକଗୁଡ଼ିକୁ ସମ୍ମାନିତ କରାଯାଇଥିଲା।
ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ରୁପେ କାର୍ଲାକୋଟ (ବୋଡେନ ବ୍ଳକ୍), ଖୁଦପେଜ (ଖରିଆର ବ୍ଳକ୍), ଗଣ୍ଡାବାହାଲି (ସିନାପାଲି ବ୍ଲକ), ରଜନା (କୋମନା ବ୍ଲକ) ଓ କେନ୍ଦୁବାହାରା (ନୂଆପଡ଼ା ବ୍ଲକ)।
ମନରେଗା ସଫଳତା ଯୋଜନା ରେ ସିନାପାଲି, ବୋଡ଼େନ ଓ ଖରିଆର ବ୍ଲକକୁ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଅନ୍ତୋଦୟ ଯୋଜନାରେ ୧୦ ଜଣଙ୍କୁ କାର୍ଯ୍ୟାଦେଶ ଏବଂ ୫ ଜଣଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।
ଉପରୋକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ୍, ଏସଡିସି ଅଧ୍ୟକ୍ଷ ହୋମସିଂ ମାଝୀ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ଡା. ସୋନିଆ ଜୈନ, ପ୍ରେମ ଅଗ୍ରୱାଲ ଓ ଦୀପିକା ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ସଭା ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha