68
ନୂଆପଡ଼ା- ୨୭/୪-ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମାନବୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ “ଘରେ ଘରେ ସ୍ୱାସ୍ଥ୍ୟ ସେବା” ଅଭିଯାନ ସଫଳତାର ସହ ଜାରି ରହିଛି।
ଅଭିଯାନର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ହେଲା

ବର୍ତ୍ତମାନର ସ୍ଥିତି ଓ ସଫଳତା ଦେଖିଲେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ପ୍ରାୟ ୮୦ ଜଣ ବୟସ୍କ ବ୍ୟକ୍ତି ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନିୟମିତ ସେବା ପ୍ରଦାନ କରାଯାଉଛି। ହସ୍ପିଟାଲ ଯିବା ପାଇଁ ସକ୍ଷମ ନଥିବା ବୃଦ୍ଧବୃଦ୍ଧାମାନେ ନିଜ ଘର ପରିବେଶରେ ଡାକ୍ତରୀ ସେବା ପାଇ ପାରୁଥିବା ରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ର ଲହରି ଖେଳିଯାଇଛି।