Home ରାଜ୍ୟନୂଆପଡ଼ା ଜିଲ୍ଲା ଗସ୍ତରେ କନ୍ଧମାଳର ୮୦ ଜଣିଆ ମିଶନ ଶକ୍ତି ମହିଳା ଦଳ : ଜୀବିକା ଓ ସ୍ୱାବଲମ୍ବୀ ହେବାର ଶିଖିଲେ ଗୁରୁମନ୍ତ୍ର।

ନୂଆପଡ଼ା ଜିଲ୍ଲା ଗସ୍ତରେ କନ୍ଧମାଳର ୮୦ ଜଣିଆ ମିଶନ ଶକ୍ତି ମହିଳା ଦଳ : ଜୀବିକା ଓ ସ୍ୱାବଲମ୍ବୀ ହେବାର ଶିଖିଲେ ଗୁରୁମନ୍ତ୍ର।

by Maraguda Express
0 comments
ନୂଆପଡ଼ା -୨୬/୪- ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ଓ ଜ୍ଞାନ ଆହରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଅନ୍ତଃ-ଜିଲ୍ଲା ଅଭିଜ୍ଞତା ବିନିମୟ କାର୍ଯ୍ୟକ୍ରମ’ ଅଧୀନରେ କନ୍ଧମାଳ ଜିଲ୍ଲାର ଏକ ପ୍ରତିନିଧି ଦଳ ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଗତ ୨୩ ଏପ୍ରିଲ ୨୦୨୬ ରୁ ୨୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବାଲିଗୁଡ଼ା ଓ କେ. ନୂଆଗାଁ ବ୍ଲକର ପ୍ରାୟ ୮୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ‘ଲକ୍ଷପତି ଦିଦି’ ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ (ସି ଏସ ଏସ) ସାମିଲ ହୋଇଥିଲେ।
ସଫଳ ଜୀବିକା ମଡେଲର ଅନୁଧ୍ୟାନ କଲେ।
ଗସ୍ତ ସମୟରେ ମହିଳାମାନେ ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ବିଭିନ୍ନ ଉନ୍ନତମାନର ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେମାନେ ମୁଖ୍ୟତଃ
ଡୁଆଝର ସ୍ଥିତ ‘ଏମ.ଏସ କାହ୍ନୟା ରେଡିମେଡ ଗାର୍ମେଣ୍ଟ ଷ୍ଟିଚିଂ ୟୁନିଟ୍’ ପରିଦର୍ଶନ କରି ପୋଷାକ ପ୍ରସ୍ତୁତି ପ୍ରଣାଳୀ ବୁଝିଥିଲେ।
ଜିଲ୍ଲା ସ୍ତରୀୟ ଟେଲରିଂ ୟୁନିଟ୍ ଏବଂ ବିଉଟି ପାର୍ଲର ପରିଦର୍ଶନ କରି ନୂତନ ବ୍ୟବସାୟିକ କୌଶଳ ଶିଖିଥିଲେ।
‘ମା’ ଭୈରବ ଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର କାଷ୍ଠ କଳା ୟୁନିଟ୍ ବୁଲି ଦେଖିଥିଲେ।
ସୁଭଦ୍ରା ଶକ୍ତି କାଫେ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡିଏଲଏଫ ନୂଆପଡ଼ା ଦ୍ୱାରା ପରିଚାଳିତ ଆଟେଣ୍ଡାନ୍ସ ରେଷ୍ଟ ସେଡ୍ ଏବଂ ହେଲ୍ପ ଡେସ୍କ ର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଥିଲେ।
ଜିଲ୍ଲାପାଳଙ୍କ ସହ ଆଲୋଚନା ଓ ମାର୍ଗଦର୍ଶନ।
ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ମଧୁ ସୁଦନ ଦାଶ ଙ୍କ ସମ୍ମିଳନୀ କକ୍ଷରେ ଏକ ଓରିଏଣ୍ଟେସନ ତଥା ଜ୍ଞାନ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମହିଳାମାନଙ୍କୁ କିଭଳି ସ୍ଥାୟୀ ଜୀବିକା ନିର୍ବାହ କରିହେବ, ସେ ନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା। ଜିଲ୍ଲାପାଳ ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହ ନିଜର ବ୍ୟକ୍ତିଗତ ବିକାଶ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଅନେକ ଦିଗଦର୍ଶନ ପ୍ରଦାନ କରିଥିଲେ।
“ମହିଳାମାନେ ଆଜି କେବଳ ଘର କୋଣରେ ସୀମିତ ନୁହନ୍ତି, ସେମାନେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।” – ଜିଲ୍ଲାପାଳ, ନୂଆପଡ଼ା ।
ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରକଳ୍ପ ସମନ୍ୱୟ (ଡି ପି ସି, ମିଶନ ଶକ୍ତି), ବାଲିଗୁଡ଼ା ଓ କେ. ନୂଆଗାଁ ବ୍ଲକର ବିପିସି (ବିପିସି/ବିପିଏମ) ଏବଂ ଡିଏଲଏଫ ନୂଆପଡ଼ାର କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଗସ୍ତ କନ୍ଧମାଳର ମହିଳାମାନଙ୍କ ପାଇଁ ନୂଆପଡ଼ାର ସଫଳ ମଡେଲ କୁ ନିଜ ଅଞ୍ଚଳରେ ପ୍ରୟୋଗ କରିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha