113
ଏହି ଶିବିରରେ ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ସାହୁ, ସହକାରୀ ଶ୍ରମ ଅଧିକାରୀ ନିଖିଳ ଅଗ୍ରୱାଲ ଓ ମୁରଲୀଧର ପକଲ ଉପସ୍ଥିତ ଥିଲେ।

ନୂଆପଡ଼ା -୧୩/୦୬ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ଥିତ କ୍ଷେତ୍ରୀୟ ସମାଜ ସଭାଗୃହ ରେ ଗତକାଲି ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ବେଶ୍ ଗାମ୍ଭୀର୍ଯ୍ୟ ସହକାରେ ପାଳିତ ହୋଇଯାଇଛି। ସଚେତନତା ଦ୍ୱାରା ହିଁ ସମାଜରୁ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ସମ୍ଭବ ବୋଲି ଏହି ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


