124
ଜିଲ୍ଲାବ୍ୟାପୀ ମେଗା ଡ୍ରାଇଭ୍ ର ରିପୋର୍ଟ କାର୍ଡ –
ନୂଆପଡ଼ା -୧୪/୬ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବିରୋଧରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ବୋଡେନ ବଜାର ଏବଂ ପ୍ରସିଦ୍ଧ ଧାର୍ମିକ ପୀଠ ପାତାଳଗଙ୍ଗାରେ ବ୍ୟାପକ ଚଢ଼ାଉ କରାଯାଇଛି।


