Home ରାଜ୍ୟସିନାପାଲି ରେ ଓଡ଼ିଆ ଭାଷା ର ଅନନ୍ୟ ସାଧକ କବି ଚଣ୍ଡି ଚରଣ ବିଶି ଙ୍କ ଜନ୍ମଜୟନ୍ତୀ ପାଳିତ : ମନେପଡ଼ିଲେ ସୀମାନ୍ତର ସାରସ୍ୱତ ପ୍ରତିଭା।

ସିନାପାଲି ରେ ଓଡ଼ିଆ ଭାଷା ର ଅନନ୍ୟ ସାଧକ କବି ଚଣ୍ଡି ଚରଣ ବିଶି ଙ୍କ ଜନ୍ମଜୟନ୍ତୀ ପାଳିତ : ମନେପଡ଼ିଲେ ସୀମାନ୍ତର ସାରସ୍ୱତ ପ୍ରତିଭା।

by Maraguda Express
0 comments
ନୂଆପଡ଼ା -୧୭/୦୬ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ରହି ଜୀବନ ତମାମ ସାହିତ୍ୟ ସାଧନା ମାଧ୍ୟମରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ବିଶିଷ୍ଟ କବି ଚଣ୍ଡି ଚରଣ ବିଶିଙ୍କ ଜନ୍ମଜୟନ୍ତୀ ବୁଧବାର ସିନାପାଲି ପିଏମ ଶ୍ରୀ ହାଇସ୍କୁଲ ପରିସର ରେ ମହାସମାରୋହ ରେ ପାଳିତ ହୋଇଯାଇଛି।
ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ୱତ ସମାବେଶରେ ଅଞ୍ଚଳର ବହୁ ବିଶିଷ୍ଟ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗଦେଇ କବିଙ୍କ ସ୍ମୃତିଚାରଣ କରିଥିଲେ।
ଉତ୍ସବର ପ୍ରାରମ୍ଭରେ ଗୌତମ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ କଣ୍ଠଶିଳ୍ପୀ ଚୂଡ଼ାମଣି ମେହେର ଓ ଦୀପକ ସାଙ୍କ ଦ୍ୱାରା ଏକ ଭାବପୂର୍ଣ୍ଣ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଉପରୋକ୍ତ ସଭା କୁ ଗଙ୍ଗାଧର ସାରସ୍ୱତ ସମିତି ସଭାପତି ବୈଷ୍ଣବ ମେହରଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଯତୀନ୍ଦ୍ର କୁମାର ସେଠ ଗୋଷ୍ଠୀ ଶିକ୍ଷା ଅଧିକାରୀ  ତଥା ସମ୍ମାନିତ ଅତିଥି ରୁପେ ଚନ୍ଦ୍ରଭାନୁ କଶ୍ୟପ ବିଶିଷ୍ଟ ଶିକ୍ଷାବିତ୍, ଉମାକାନ୍ତ ବିଶି କବିପୁତ୍ର,ମନୋରଞ୍ଜନ ମେହେର ହାଇସ୍କୁଲ ପ୍ରଧାନ ଶିକ୍ଷକ, ତରୁଣ କୁମାର ମେହେର ସମିତି ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ ଆୟୋଜିତ ବିଶେଷ ଆଲୋଚନା ଚକ୍ରରେ ବରିଷ୍ଠ କବି ଚିନ୍ତାମଣି ସାହୁ, ସତ୍ୟବ୍ରତ ଗହୀର, ମୋହନ ଦାସ ଏବଂ ଲୋଚନ ମେହେର ଆଲୋଚକ ଭାବେ ଯୋଗଦେଇଥିଲେ। ବକ୍ତାମାନେ “ସାହିତ୍ୟ ଓ ସିନାପାଲି” ପ୍ରସଙ୍ଗ ଉପରେ ଆଲୋକପାତ କରି ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ର ସୁରକ୍ଷା ପାଇଁ କବି ଚଣ୍ଡି ଚରଣ ବିଶି ଙ୍କ ତ୍ୟାଗ ଓ ନିଷ୍ଠାକୁ ପ୍ରଶଂସା କରିଥିଲେ।
ବଂଶୀଧର ଜଗତଙ୍କ ସଂଯୋଜନାରେ ଏକ ଆକର୍ଷଣୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରେମାନନ୍ଦ ମେହେର, ଲଇଖନ ମାଝୀ, ଗୌରୀ ମେହେର, ହରେକୃଷ୍ଣ ମେହେର, ବେଣୁଧର ମେହେର, ଶାଶ୍ୱତୀ ହୋତା, ଧବଳେଶ୍ୱର ମେହେର, ବିନିଷା ମେହେର ଏବଂ ଯଶୋବନ୍ତ ସା ପ୍ରମୁଖ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ।ପାଠିତ କବିତାଗୁଡ଼ିକର ସମୀକ୍ଷା କରିଥିଲେ ବରିଷ୍ଠ କବି ବିଜୟ କୁମାର ଯୋଷୀ, ଶିବପ୍ରସାଦ ମେହେର, ପରେଶ ନାଥ ପଣିଗ୍ରାହୀ, ପ୍ରଦ୍ୟୁମ୍ନ ସିଂହ ଚିନ୍ଦା ଏବଂ ଡିସମ୍ବର ମେହେର।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସାହିତ୍ୟ ସାଧକ ଙ୍କୁ ସମିତି ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ସମାରୋହକୁ ସଫଳ କରିବାରେ ବାମଦେବ ଦାସ, ତ୍ରିନାଥ ମେହେର, କନକ ବର୍ଦ୍ଧନ ସାହୁ, ନରେନ୍ଦ୍ର ନାଏକ, ଗିରିଧାରୀ ମେହେର, ବୈକୁଣ୍ଠ ତାଣ୍ଡି, ପରମେଶ୍ୱର ମେହେର, ଧୀରେନ୍ଦ୍ର ସା, ଭୀଷ୍ମ ରାଜ ମେହେର, ରୁଦ୍ର ମାଝୀ, ହୀରାଧର ମେହେର ଓ ବିକାଶ ବାଗଙ୍କ ସମେତ ଅନେକ ସାହିତ୍ୟପ୍ରେମୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ଶେଷରେ ରଶ୍ମିରଂଜନ ସା ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha