Home ରାଜ୍ୟକୋମନା ରେ ‘ଡାଳି ଜାତୀୟ ଫସଲରେ ଆତ୍ମନିର୍ଭରତା’ କାର୍ଯ୍ୟକ୍ରମ : ଚାଷୀଙ୍କୁ ମାଗଣା ହରଡ଼ ମିନିକିଟ୍ ବଣ୍ଟନ, ଫସଲ ବିବିଧକରଣ ଉପରେ ଗୁରୁତ୍ୱ।

କୋମନା ରେ ‘ଡାଳି ଜାତୀୟ ଫସଲରେ ଆତ୍ମନିର୍ଭରତା’ କାର୍ଯ୍ୟକ୍ରମ : ଚାଷୀଙ୍କୁ ମାଗଣା ହରଡ଼ ମିନିକିଟ୍ ବଣ୍ଟନ, ଫସଲ ବିବିଧକରଣ ଉପରେ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା- ୨୩/୭- କୃଷି ଓ କୃଷକଙ୍କ ସର୍ବାଙ୍ଗୀଣ ଉନ୍ନତି ସହ ଡାଳି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ, ମୁଣ୍ଡାପଳା ଓ କନାବିରା ପଞ୍ଚାୟତରେ କୃଷି ବିଭାଗ ପକ୍ଷରୁ ‘ଡାଳି ଜାତୀୟ ଫସଲରେ ଆତ୍ମନିର୍ଭରତା’ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। କୃଷକଙ୍କ ଆୟ ବୃଦ୍ଧି, ମୃତ୍ତିକାର ଉର୍ବରତା ସଂରକ୍ଷଣ ଏବଂ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା।
କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ସଙ୍ଗୀତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କେବଳ ଧାନ ଚାଷ ଉପରେ ନିର୍ଭରଶୀଳ ନ ରହି ଚାଷୀମାନେ ଅଣଧାନ ଓ ଡାଳି ଜାତୀୟ ଫସଲ ଚାଷକୁ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ। ଡାଳି ଚାଷରେ କମ୍ ଖର୍ଚ୍ଚ, କମ୍ ଜଳ ବ୍ୟବହାର ଓ ଅଧିକ ଲାଭ ସହିତ ଜମିର ସାରବତ୍ତା ବୃଦ୍ଧି ପାଏ ବୋଲି ସେ କୃଷକମାନଙ୍କୁ ବୁଝାଇଥିଲେ।
ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ସମସ୍ତ କୃଷକଙ୍କୁ ୪ କିଲୋଗ୍ରାମ ଲେଖାଏଁ ଉନ୍ନତମାନର ହରଡ଼ ମିନିକିଟ୍ ମାଗଣାରେ ବଣ୍ଟନ କରାଯାଇଥିଲା। ଏହା ଫଳରେ ଅଞ୍ଚଳରେ ହରଡ଼ ଚାଷର କ୍ଷେତ୍ରଫଳ ଓ ଉତ୍ପାଦନ ବୃଦ୍ଧି ପାଇବ ବୋଲି କୃଷି ବିଭାଗ ଆଶା ପ୍ରକାଶ କରିଛି।
ଏହି ଅବସରରେ ସହ କୃଷି ଅଧିକାରୀ ସଦାମନୀ ରାୟ, ତରବୋଡ କୃଷି ଅଧିକାରୀ ମୋହନଲାଲ ଶବର, ମୁଣ୍ଡାପଳା କୃଷି ଅଧିକାରୀ ସରସ୍ୱତୀ ରାଓ, ସେଲ୍ ସେଣ୍ଟର ଅଫିସର ତାପସ ଦଳେଇ, ବିଟିଏମ୍ ଆଶିଷ ପଟେଲଙ୍କ ସମେତ କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ଓ ଶତାଧିକ ମହିଳା ଓ ପୁରୁଷ ଚାଷୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଫସଲ ବିବିଧକରଣ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଓ ଡାଳି ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସ୍ଥାନୀୟ ଚାଷୀମାନେ ମତ ପ୍ରକାଶ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha