Home ରାଜ୍ୟବୋଡ଼େନ ରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଅଭିଯୁକ୍ତକୁ ଗିରଫ କଲା ପୋଲିସ।

ବୋଡ଼େନ ରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଅଭିଯୁକ୍ତକୁ ଗିରଫ କଲା ପୋଲିସ।

by Maraguda Express
0 comments
ନୂଆପଡା -୪/୭- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଜୀବନରୁ ମାରିଦେବାକୁ ଧମକ ଦେବା ଏବଂ ଲାଠିରେ ନିର୍ମମ ଭାବେ ଆକ୍ରମଣ କରି ରକ୍ତାକ୍ତ କରିବା ଅଭିଯୋଗରେ ବୋଡ଼େନ ଥାନା ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ଏ ନେଇ ପୋଲିସ ପକ୍ଷରୁ ଏକ ପ୍ରେସ ନୋଟ୍ ଜାରି କରି ସୂଚନା ଦିଆଯାଇଛି।
ଘଟଣାର ସଂକ୍ଷିପ୍ତ ବିବରଣୀ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୋଡ଼େନ ଥାନା ଅନ୍ତର୍ଗତ ଲର୍କା ଗ୍ରାମ ର ଜଣେ ମହିଳା ଗତ ୧୪ ଜୁନ ୨୦୨୬ ରିଖ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଘଟିଥିବା ଏହି ହିଂସାକାଣ୍ଡ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଅନୁଯାୟୀ,ପୂର୍ବ ଶତ୍ରୁତା ଯୋଗୁଁ ଅଭିଯୁକ୍ତ ଜଣକ ମହିଳାଙ୍କୁ ପ୍ରଥମେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା।
ଏହାପରେ ତାଙ୍କୁ ଜୀବନ ରୁ ମାରିଦେବାକୁ ଧମକ ଦେଇ ଏକ ଲାଠି ସାହାଯ୍ୟରେ ଆକ୍ରମଣ କରିଥିଲା।
ଆକ୍ରମଣ ଯୋଗୁଁ ମହିଳାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣା ଘଟାଇବା ପରେ ଅଭିଯୁକ୍ତ ଜଣକ ସେଠାରୁ ଫେରାର ହୋଇଯାଇଥିଲା।
ପୀଡ଼ିତାଙ୍କ ଅଭିଯୋଗ କୁ ଆଧାର କରି ବୋଡ଼େନ ଥାନାରେ ମାମଲା ନମ୍ବର- ୧୪୨ (ତାରିଖ- ୧୫ ଜୁନ ୨୦୨୬), ଭାରତୀୟ ନ୍ୟାୟ ସଂହିତା ବିଏନଏସ ର ଧାରା ୨୯୬/୩୫୧(୨)/୭୪/୧୧୫(୨)/୧୧୭(୨) ଅଧୀନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ବିରୋଧ ରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ପୋଲିସ ତାକୁ ଗିରଫ କରି ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର କୋର୍ଟକୁ ଚାଲାଣ କରିଛି। ଏହି ସମ୍ବେଦନଶୀଳ ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ବୋଡ଼େନ ପୋଲିସ ପ୍ରକାଶ କରିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha