Home ରାଜ୍ୟ୨୦ ବର୍ଷର ଦେଶସେବା ପରେ ମାଟିକୁ ଫେରିଲେ ବୀର ପୁତ୍ର : ଖଡ଼ିଆଳ ରେ ବାୟୁସେନା ସାର୍ଜେଣ୍ଟ ବିଜେନ୍ଦ୍ର ଦଳପତିଙ୍କୁ ଭବ୍ୟ ସ୍ୱାଗତ।

୨୦ ବର୍ଷର ଦେଶସେବା ପରେ ମାଟିକୁ ଫେରିଲେ ବୀର ପୁତ୍ର : ଖଡ଼ିଆଳ ରେ ବାୟୁସେନା ସାର୍ଜେଣ୍ଟ ବିଜେନ୍ଦ୍ର ଦଳପତିଙ୍କୁ ଭବ୍ୟ ସ୍ୱାଗତ।

by Maraguda Express
0 comments
ନୂଆପଡ଼ା- ୪/୭ (ମାରାଗୁଡ଼ା ଏକ୍ସପ୍ରେସ) ମାତ୍ର ୧୯ ବର୍ଷ ବୟସରେ ଦେଶମାତୃକାର ସେବା ପାଇଁ ପିନ୍ଧିଥିଲେ ବାୟୁସେନାର ୟୁନିଫର୍ମ। ଆଉ ଦୀର୍ଘ ୨୦ ବର୍ଷ ଧରି ଆକାଶ ମାର୍ଗରେ ଦେଶର ସୁରକ୍ଷା ଲାଗି ନିଜକୁ ଉତ୍ସର୍ଗ କରିବା ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି ବୀର ସନ୍ତାନ। ଭାରତୀୟ ବାୟୁସେନାର ସାର୍ଜେଣ୍ଟ ପଦରୁ ସଫଳତାର ସହ ଅବସର ଗ୍ରହଣ କରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦମାପଲା ଗ୍ରାମର ବିଜେନ୍ଦ୍ର କୁମାର ଦଳପତି ନିଜ ଅଞ୍ଚଳକୁ ଫେରିବା ପରେ ସୃଷ୍ଟି ହୋଇଛି ଏକ ଗୌରବମୟ ତଥା ଆବେଗପୂର୍ଣ୍ଣ ପରିବେଶ।
ଗତ ୩୦ ଜୁନ୍ ୨୦୨୬ରେ ରାଜସ୍ଥାନର ମାଉଣ୍ଟ ଆବୁ ଅଞ୍ଚଳରୁ ସାର୍ଜେଣ୍ଟ ଭାବେ ଅବସର ନେବା ପରେ ୩୯ ବର୍ଷୀୟ ବିଜେନ୍ଦ୍ର ଯେତେବେଳେ ଖଡ଼ିଆଳରେ ପହଞ୍ଚିଥିଲେ, ସେତେବେଳେ ସମଗ୍ର ଅଞ୍ଚଳ “ଭାରତ ମାତା କି ଜୟ” ଓ “ବନ୍ଦେ ମାତରମ୍” ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।
ବିଶାଳ ଶୋଭାଯାତ୍ରା ଖଡ଼ିଆଳ ଆମ୍ବେଦକର ଛକରୁ ବ୍ଲକ ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା।
ପାରମ୍ପରିକ ସ୍ୱାଗତ ବାଦ୍ୟ ଢୋଲ-ନିଶାନର ତାଳେ ତାଳେ ଏବଂ ଫୁଲମାଳ ଦେଇ ସ୍ଥାନୀୟ ଲୋକେ ବୀର ଯବାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।
ମା’ମାନଙ୍କ ଆରତି- ଦମାପଲା ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ମା’ମାନେ ପାରମ୍ପରିକ ରୀତିରେ ଆରତି କରି ଭାବବିହ୍ୱଳ ପରିବେଶ ମଧ୍ୟରେ ତାଙ୍କୁ ଘରକୁ ବରଣ କରିଥିଲେ।
ସ୍ୱର୍ଗତ ପିତାମ୍ବର ଦଳପତି ଓ ଭୂମିସୂତା ଦଳପତିଙ୍କ ସୁପୁତ୍ର ବିଜେନ୍ଦ୍ର ୨୦୦୬ ମସିହାରେ ବାୟୁସେନାରେ ଯୋଗ ଦେଇଥିଲେ। ଏହି ବିଶେଷ ସ୍ୱାଗତ ଉତ୍ସବରେ ଅବସରପ୍ରାପ୍ତ ସେନା ଅଧିକାରୀ ନିମାଇଁ ଚରଣ ତାଣ୍ଡି ଉପସ୍ଥିତ ରହି ବିଜେନ୍ଦ୍ରଙ୍କ ଦୀର୍ଘ ଦୁଇ ଦଶନ୍ଧିର ନିଷ୍ଠାପର ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହାସହ ଶହ ଶହ ଗ୍ରାମବାସୀ, ବନ୍ଧୁବାନ୍ଧବ ଓ ସହପାଠୀ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।
“ମାଟିର ଋଣ ଶୁଝିବାକୁ ହେଲେ ୟୁନିଫର୍ମ ପିନ୍ଧିବା ଦରକାର। ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ଼ ପଦକ।” ବୋଲି ଅବସରପ୍ରାପ୍ତ ବାୟୁସେନା ସାର୍ଜେଣ୍ଟ ଶ୍ରୀ ଦଳପତି କହିଛନ୍ତି।ବିଜେନ୍ଦ୍ରଙ୍କ ଏହି ଦେଶପ୍ରେମ ଏବଂ କର୍ତ୍ତବ୍ୟନିଷ୍ଠାର ଯାତ୍ରା ଆଗାମୀ ପିଢ଼ିର ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ଗ୍ରାମବାସୀ ତଥା ଅଞ୍ଚଳବାସୀ ତାଙ୍କର ସୁସ୍ଥ, ସୁଖମୟ ଏବଂ ଦୀର୍ଘ ନିରାମୟ ଅବସର ଜୀବନ କାମନା କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha