Home ରାଜ୍ୟଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ପକ୍ଷରୁ ଆତ୍ମସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ପକ୍ଷରୁ ଆତ୍ମସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

by Maraguda Express
0 comments
ନୂଆପଡ଼ା -୧୮/୮- ମହିଳା ସୁରକ୍ଷା ଓ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଉଚ୍ଚ ଶିକ୍ଷା ପରିଷଦ ତଥା ସରକାରଙ୍କ ଯୋଜନା ଅନୁସାରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ମହିଳା ସୁରକ୍ଷା ସଚେତନତା ବିଭାଗ ପକ୍ଷରୁ ଏକ ଆତ୍ମସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଦୀପାଞ୍ଜଳି ଦାଶ ଓ ସାଥୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମରେ ଖଡ଼ିଆଳ ଥାନା ଅଧିକାରୀ ଶ୍ରୀମତୀ ପ୍ରତିମା ଡୁଙ୍ଗଡୁଙ୍ଗ ଯୋଗଦେଇ ଛାତ୍ରୀମାନଙ୍କୁ ସଚେତନ ରହିବା ସହ ସାହସର ସହିତ ନିଜକୁ କିପରି ସୁରକ୍ଷିତ ରଖିପାରିବେ, ସେନେଇ ବିଭିନ୍ନ ଆତ୍ମସୁରକ୍ଷା ପଦକ୍ଷେପ ଓ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ। ଏହାସହ ଥାନା ଇନ୍ସପେକ୍ଟର ଜୋସେଫ ସୁନା ସାଇବର କ୍ରାଇମ୍‌ ସମ୍ପର୍କିତ ବିଭିନ୍ନ ଜରୁରୀ ତଥ୍ୟ ଦେଇ ଅନଲାଇନ୍‌ ଠକେଇ ଓ ସାଇବର ଅପରାଧରୁ ସତର୍କ ରହିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
‘ଶକ୍ତିଶ୍ରୀ’ ସଂଯୋଜିକା ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା ଓ ସହ-ସଂଯୋଜିକା ଅଧ୍ୟାପିକା ବିୟୁଟି ଅଗ୍ରୱାଲଙ୍କ ସହିତ ଛାତ୍ରୀ ପ୍ରତିନିଧି ଚିନ୍ମୟୀ ବାରିକ, ଦୀପାଞ୍ଜଳି ଦାଶ, ଚାନ୍ଦିନୀ ବେହେରା, ପରୀ ତଣ୍ଡନ, ପୂଜା ସାହୁ, ରିମଝିମ ବର୍ଚ୍ଛା, ମାନସୀ ସାଗର, ଶ୍ରାବଣୀ ନାଏକ, ପ୍ରତିଭା ଦୁବେ, ନିହାରୀକା ଭୋଇ, ଦୀପ୍ତିମୟୀ ରାଉତ, ଅଲିଭା ସାହୁ, ତିଲୋତ୍ତମା ପାଣ୍ଡେ, ତୃପ୍ତିମୟୀ ମେହେର, ହରିସ୍ମିତା ଚାଲାନ, ରିପା ଭୋଇ, ମାନିଶ୍ରୀ ବାଗ ଏବଂ ସ୍ନାତକୋତ୍ତର ଛାତ୍ରୀ ସୁସ୍ମିତା ଭୋଇ, ଚର୍ଚ୍ଚିତା ନାୟକ ଓ ଭାନୁପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ ଅତିଥିମାନଙ୍କୁ ସ୍ୱାଗତ କରାଯିବା ସହ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମର ଆବଶ୍ୟକତା, ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା।
ଆଇ.ସି.ସି. (ଆଭ୍ୟନ୍ତରୀଣ ଅଭିଯୋଗ କମିଟି) ଅଧିକାରୀ ରାଜଲକ୍ଷ୍ମୀ ରଥ, ଅଧ୍ୟାପିକା ନିବେଦିତା ଆଚାରୀ, ଅଧ୍ୟାପିକା ରାଜେଶ୍ୱରୀ କରୁଁଆ, ଅଧ୍ୟାପିକା ଶତରୂପା ପଟ୍ଟନାୟକ, ମୁଖ୍ୟ କିରାଣୀ ରୀତା ବାରିକ ଓ ସୁକାନ୍ତି ପଣ୍ଡା ମଞ୍ଚାସୀନ ରହି ଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ।
ଶାରୀରିକ ଶିକ୍ଷା ବିଭାଗର ଅଧ୍ୟାପକ ଡ. ସରୋଜ କୁମାର ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମର ସଭାପତିତ୍ୱ ଓ ପରିଚାଳନା କରିଥିବାବେଳେ ସହ-ସଂଯୋଜିକା ଅଧ୍ୟାପିକା ବିୟୁଟି ଅଗ୍ରୱାଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha