41
ନୂଆପଡ଼ା, ୨୩/୦୭: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସ୍ଥିତ ଅଗ୍ରସେନ ଧର୍ମଶାଳା ପରିସରରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ଏବଂ ୮ ଜଣ ୱାର୍ଡ ସଦସ୍ୟ/ସଦସ୍ୟା ଙ୍କ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ଯୋଗଦାନ ପରେ ଭିଟାମାଟି ଖଡିଆଳ କୁ ଆସିବା ପରେ ଏକ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଗତକାଲି ଆୟୋଜିତ ହୋଇଥିଲା।
ଉପରୋକ୍ତ କାର୍ଯ୍ୟକ୍ରମ ରେ ଦଳୀୟ ନେତୃବୃନ୍ଦ, କର୍ମୀ ଓ ବହୁ ସଂଖ୍ୟକ ସମର୍ଥକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ନଗରପାଳ ଉଜ୍ଜଳ ଗୁପ୍ତା କହିଥିଲେ ଯେ, ତାଙ୍କର ବିଜେପି ରେ ଯୋଗଦାନ ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଖଡ଼ିଆଳ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହିତ ଦଳୀୟ ସଂଗଠନକୁ ସୁଦୃଢ଼ କରିବା। ଖଡ଼ିଆଳ ବିଧାନସଭା କ୍ଷେତ୍ରର ପ୍ରତ୍ୟେକ ସ୍ତରରେ ଦଳୀୟ ପ୍ରତିନିଧି ନିର୍ବାଚିତ ହୋଇ ଜନସେବା ରେ ନିୟୋଜିତ ହେବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
