Home ରାଜ୍ୟଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ଓ ୮ ୱାର୍ଡ କାଉନସିଲର ବିଜେପିରେ : ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ଓ ୮ ୱାର୍ଡ କାଉନସିଲର ବିଜେପିରେ : ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା, ୨୩/୦୭: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସ୍ଥିତ ଅଗ୍ରସେନ ଧର୍ମଶାଳା ପରିସରରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ଏବଂ ୮ ଜଣ ୱାର୍ଡ ସଦସ୍ୟ/ସଦସ୍ୟା ଙ୍କ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ଯୋଗଦାନ ପରେ ଭିଟାମାଟି ଖଡିଆଳ କୁ ଆସିବା ପରେ ଏକ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଗତକାଲି ଆୟୋଜିତ ହୋଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମ ରେ ଦଳୀୟ ନେତୃବୃନ୍ଦ, କର୍ମୀ ଓ ବହୁ ସଂଖ୍ୟକ ସମର୍ଥକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ନଗରପାଳ ଉଜ୍ଜଳ ଗୁପ୍ତା କହିଥିଲେ ଯେ, ତାଙ୍କର ବିଜେପି ରେ ଯୋଗଦାନ ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଖଡ଼ିଆଳ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହିତ ଦଳୀୟ ସଂଗଠନକୁ ସୁଦୃଢ଼ କରିବା। ଖଡ଼ିଆଳ ବିଧାନସଭା କ୍ଷେତ୍ରର ପ୍ରତ୍ୟେକ ସ୍ତରରେ ଦଳୀୟ ପ୍ରତିନିଧି ନିର୍ବାଚିତ ହୋଇ ଜନସେବା ରେ ନିୟୋଜିତ ହେବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ବିକଶିତ ଭାରତ–୨୦୪୭” ଦୃଷ୍ଟିକୋଣ ରୁ ପ୍ରେରିତ ହୋଇ ସେ ଓ ଅନ୍ୟ ସଦସ୍ୟମାନେ ବିଜେପିରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରି ବିକାଶ ଓ ସେବାକୁ ପ୍ରାଥମିକତା ଦିଆଯିବ ବୋଲି ସେ ମତ ପ୍ରକାଶ କରିଥିଲେ।
ସଭାରେ ଦଳର ସାଧାରଣ ସମ୍ପାଦକ ତୁଳସ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଯୁବ ନେତା ଅଭିନନ୍ଦନ ପଣ୍ଡା, ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୁର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବେଲମତି ମାଝୀ, ସାଧାରଣ ସମ୍ପାଦକ ଅଜିତ କିଶୋର ଚଲାନ, ପୁଷ୍ପାଞ୍ଜଳୀ ପାଣ୍ଡେ, ଶକୁନ୍ତଳା ରାଉତ ଓ ଦେବଦେବ ସିଂ ଦେଓ ପ୍ରମୁଖ ମଞ୍ଚାସୀନ ରହି ନୂତନ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha