68
ନୂଆପଡ଼ା -୨୩/୦୭- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ର ଆମ୍ବେଦକର ପଡ଼ାରେ ଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ବୁଧବାର ଶତାଧିକ ମହିଳା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମଦ ଦୋକାନକୁ ଘେରାଉ କରି ଜୋରଦାର ପ୍ରତିବାଦ କରିଥିଲେ। ମହିଳାମାନଙ୍କ ସହ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
