Home ରାଜ୍ୟଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ବିରୋଧୀ ଅଭିଯାନ : ସିନାପାଲି ରେ ସ୍ୱାସ୍ଥ୍ୟ ବିଭାଗର ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର।

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ବିରୋଧୀ ଅଭିଯାନ : ସିନାପାଲି ରେ ସ୍ୱାସ୍ଥ୍ୟ ବିଭାଗର ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର।

by Maraguda Express
0 comments
ନୂଆପଡ଼ା -୨୩/୭ -ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ସିନାପାଲି ପକ୍ଷରୁ ଘାଟମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଲପାଟି, ଭାଂଶିପଡ଼ା ଓ ସିନ୍ଦୁରସିଲ ଗ୍ରାମରେ “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ” ସଫଳତାର ସହ ଅନୁଷ୍ଠିତ ହୋଇଛି।ଏହି ଶିବିରରେ ଗ୍ରାମବାସୀଙ୍କ ସହିତ ଗର୍ଭବତୀ ଓ ପ୍ରସୂତି ମା’ ଏବଂ ଶିଶୁମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ଏହା ସହ ରକ୍ତଚାପ, ରକ୍ତ ସର୍କରା (ସୁଗାର) ପରୀକ୍ଷା କରାଯାଇ ଆବଶ୍ୟକ ଅନୁଯାୟୀ ଔଷଧ ବଣ୍ଟନ କରାଯାଇଥିଲା। ସ୍ୱାସ୍ଥ୍ୟ ସଚେତନତା ସହ ରୋଗ ପ୍ରତିରୋଧ ସମ୍ପର୍କରେ ମଧ୍ୟ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା।ଗୋଷ୍ଠି ଚିକିତ୍ସା ଅଧିକାରୀ ଡା. ଶ୍ରୀମାନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. ନର୍ଗିସ ଯାହାନ, ଭିବିଡିଟିଏସ୍ ଦିବ୍ୟ ରଞ୍ଜନ ନାଏକ, ସିଏଚଓ ବିନାୟକ ମେହେର, ଫାର୍ମାସିଷ୍ଟ ଚୌବନ ନାଏକ, ସ୍ୱାସ୍ଥ୍ୟକର୍ମୀ ଅପରାଜିତା ସାହୁ, କନକ ମଞ୍ଜରୀ ମେହେର, ତିଜେନ୍ଦ୍ର ସାହୁଙ୍କ ସହ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସକ୍ରିୟ ସହଯୋଗ କରିଥିଲେ।ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କୁ ଘର ଦ୍ୱାରରେ ପହଞ୍ଚାଇବା ସହ ମ୍ୟାଲେରିଆ ନିୟନ୍ତ୍ରଣ ଓ ସୁସ୍ଥ ସମାଜ ଗଠନ ଦିଗରେ ଏଭଳି ପଦକ୍ଷେପ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶଂସା ସାଉଁଟିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha