65
ନୂଆପଡ଼ା -୨୪/୭- ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ! ଖରିଆର ରୋଡ୍ ସହରବାସୀ ଙ୍କୁ ଜର୍ଜର ଜାତୀୟ ରାଜପଥ (ମୁଖ୍ୟ ରାସ୍ତା) ସମସ୍ୟା ରୁ ମୁକ୍ତି ଦେବା ପାଇଁ ଏକ ବଡ଼ ସଫଳତା ମିଳିଛି। ସହର ମଧ୍ୟଦେଇ ଯାଇଥିବା ରାସ୍ତା ରେ ଅତିରିକ୍ତ ପିଚୁ ସ୍ତର ବିଛାଇବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପ୍ରଶାସନିକ ସ୍ୱୀକୃତି ପ୍ରଦାନ କରାଯାଇଛି। ଫଳରେ ବହୁ ଶୀଘ୍ର ଖରିଆର ରୋଡ ସହରବାସୀ ଙ୍କୁ ଏହି ସମସ୍ୟାରୁ ସ୍ଥାୟୀ ତଥା ଆଶ୍ୱସ୍ତିକର ମିଳିବାକୁ ଯାଉଛି।
ଏଠାରେ ସୂଚନା ଯୋଗ୍ୟ ଯେ, ୧୭ ଡିସେମ୍ବର ୨୦୨୨ ରେ ଉପରୋକ୍ତ ଦାବି କରିଥଲେ ଓ ଏକ ଦାବି ପତ୍ର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଙ୍କୁ ମଧ୍ୟ ପ୍ରଦାନ୍ କରିଥିଲେ। ତାହ ବର୍ତମାନ ସହରବାସୀ ଙ୍କ ସୁବିଧା ହେବାକୁ ଯାଉଛି।ଜନସାଧାରଣଙ୍କ ବିଶ୍ୱାସ ହିଁ ଆମର ସବୁଠାରୁ ବଡ଼ ଶକ୍ତି, ଏବଂ ଜନସେବା ପ୍ରତି ଆମର ଏହି ପ୍ରତିବଦ୍ଧତା ଆଗକୁ ମଧ୍ୟ ନିରନ୍ତର ଜାରି ରହିବବୋଲି ଏ ଅବସର ରେ ଅଧ୍ୟକ୍ଷା ଡ଼ ଜୈନ ପ୍ରକାଶ କରିଛନ୍ତି।