14
ଏହାର ପ୍ରତିବାଦରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ସମୟ ରେ ନୂଆପଡ଼ା ସ୍ଥିତ ସ୍ୱର୍ଗତ ଘାସିରାମ ମାଝୀ ଛକ ରେ ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ନୂଆପଡ଼ା -୨୩/୭- ସର୍ବଭାରତୀୟ ସ୍ତରରେ ଆୟୋଜିତ NEET UG ପ୍ରବେଶିକା ପରୀକ୍ଷାରେ କଥିତ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ କେନ୍ଦ୍ର କରି ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ ଆଜି ନୂଆପଡ଼ାରେ ଜିଲ୍ଲା କଂଗ୍ରେସ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ପକ୍ଷରୁ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିବା ସହ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦରତ ଛାତ୍ରଛାତ୍ରୀ ଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କୁ କଡ଼ା ନିନ୍ଦା କରାଯାଇଛି।
