Home ରାଜ୍ୟନୂଆପଡ଼ାରେ ‘ନିଶାମୁକ୍ତି ଶପଥ ମହାଅଭିଯାନ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ।

ନୂଆପଡ଼ାରେ ‘ନିଶାମୁକ୍ତି ଶପଥ ମହାଅଭିଯାନ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ।

ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ଓ ସାମୂହିକ ଶପଥର ଆହ୍ୱାନ।

by Maraguda Express
0 comments
ନୂଆପଡ଼ା- ୦୪/୦୮- “ନିଶାମୁକ୍ତ ଭାରତ ଅଭିଯାନ” ଓ “ମିଶନ ସ୍ପନ୍ଦନ” ଅନ୍ତର୍ଗତ ‘୧୦ କୋଟି ନିଶାମୁକ୍ତି ଶପଥ ମହାଅଭିଯାନ’ ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ନୂଆପଡ଼ା ସ୍ଥିତ ସଦ୍ଭାବନା ସଭାଗୃହରେ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରାଜଯୋଗ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ (ମେଡିକାଲ ୱିଙ୍ଗ) ପକ୍ଷରୁ ଆୟୋଜିତ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ୧୦ କୋଟି ନାଗରିକଙ୍କୁ ନିଶାମୁକ୍ତ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରିତ କରିବା ଏବଂ ଏକ ସୁସ୍ଥ, ସଚେତନ ଓ ଦାୟିତ୍ୱବାନ ସମାଜ ଗଠନ କରିବା।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଅଭିଯାନର ଶୁଭାରମ୍ଭ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ନିଶାମୁକ୍ତ ସମାଜ ଗଠନ କେବଳ ସରକାରଙ୍କ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ସଚେତନତା, ସଂଯମ ଓ ସାମାଜିକ ସହଯୋଗ ମାଧ୍ୟମରେ ଏହି ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।ବ୍ରହ୍ମକୁମାରୀ ଅନୀତା ଓ ସୁମତୀ ନିଶା ସେବନର କୁପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିବା ସହ ରାଜଯୋଗ ଧ୍ୟାନ ଓ ଯୋଗାଭ୍ୟାସ ମାଧ୍ୟମରେ ଆତ୍ମଶକ୍ତି ବୃଦ୍ଧି କରି ନିଶା ଅଭ୍ୟାସରୁ ମୁକ୍ତି ପାଇବାର ବାର୍ତ୍ତା ଦେଇଥିଲେ।ଏହି ଅବସରରେ ନିଶାମୁକ୍ତ ଭାରତ ସମ୍ପର୍କିତ ସଚେତନତା ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ପରେ ଉପସ୍ଥିତ ସମସ୍ତେ ନିଶାମୁକ୍ତ ଭାରତ ଗଠନରେ ସକ୍ରିୟ ଭୂମିକା ନେବା, ପରିବାର ଓ ସମାଜରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦ୍ୱାରିକାନାଥ ଶତପଥୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟକ ସଚେତନ ନାଗରିକ ଉପସ୍ଥିତ ରହିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha